
ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ପୁଣି ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି। ଆଜି ଗଣିତ ପରୀକ୍ଷା ଥିଲା। ତେବେ ପରୀକ୍ଷା ଚାଲିଥିବା ବେଳେ ଏହାର ‘ସେଟ୍-ଡି’ର ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ମୋବାଇଲରୁ ମୋବାଇଲ୍କୁ ଘୂରି ବୁଲିଥିଲା ଏହି ପ୍ରଶ୍ନ। ପ୍ରଶ୍ନପତ୍ର ସହିତ ଏକ ଆଡମିଟ୍ କାର୍ଡର ଫଟୋ ବି ଭାଇରାଲ୍ ହୋଇଛି।
ମାଧ୍ୟମିକ ଶିକ୍ଷା ପରିଷଦ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ନେଇ ସ୍ୱୀକାର କରିଛି। ଏନେଇ ବୋର୍ଡ ସଭାପତି ଜାହାନ ଆରା ବେଗମ୍ କହିଛନ୍ତି,“ଗଣିତର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି। କେଉଁଠାରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି, ତାହା ବି ଜଣାପଡ଼ିଯାଇଛି। ଏନେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ।”
ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ହିନ୍ଦୀ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷା ଆରମ୍ଭ ହେବାର ପ୍ରାୟ ଏକ ଘଣ୍ଟା ମଧ୍ୟରେ ବଲାଙ୍ଗିର ଜିଲ୍ଲାର ସଇଁତଳାରେ ଏହାର ପ୍ରଶ୍ନପତ୍ର ମୋବାଇଲ୍ରେ ବୁଲୁଛି ବୋଲି ଖବର ଆସିଥିଲା। ‘ସେଟ୍ ଏ’ର ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ନେଇ ଆଲୋଚନା ହୋଇଥିଲା। ପରେ ଜଣାପଡ଼ିଥିଲା ଯେ ପୁରୁଣା ପ୍ରଶ୍ନପତ୍ରକୁ ଭାଇରାଲ୍ କରାଯାଇଥିଲା। ମାତୃଭାଷା ଓଡ଼ିଆ ଓ ଇଂରାଜୀ ପରୀକ୍ଷା ଦିନ ବି ପ୍ରଶ୍ନପତ୍ର ଭାଇରାଲ୍ ନେଇ ଅଭିଯୋଗ ହୋଇଥିଲା। ମାତୃଭାଷା ଓଡ଼ିଆର ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି।
from Odisha Reporter https://ift.tt/2TtN5tO
No comments:
Post a Comment