ଅବସରକୁ ନେଇ କ’ଣ କହିଲେ ଯୁବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ଅବସରକୁ ନେଇ କ’ଣ କହିଲେ ଯୁବି

ମୁମ୍ବାଇ: ଗତ କିଛି ବର୍ଷ ହେବ ଯୁବରାଜ ସିଂହଙ୍କ କ୍ରିକେଟ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜାରି ରହିଛି, କିନ୍ତୁ ଏହି କ୍ରିକେଟର ଏ ସମ୍ବନ୍ଧରେ ଆଦୌ ଚିନ୍ତା କରୁନାହାନ୍ତି। ଯୁବି କହିଛନ୍ତି, ଯେତେବେଳେ ମୋତେ ଲାଗିବ, ମୋ ପକ୍ଷେ ଆଉ କ୍ରିକେଟ ଖେଳିବା ସମ୍ଭବ ନୁହେଁ, ସେତେବେଳେ ମୁଁ ହିଁ ସର୍ବପ୍ରଥମେ ଅଲବିଦା କହିଦେବି।

ଜାତୀୟ ଦଳରୁ ଦୀର୍ଘ ଦିନ ହେବ ବାହାରେ ଥିବା ଯୁବରାଜ ଗତ କିଛି ସମୟ ଧରି ଆଇପିଏଲରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି, କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ସେ ରବିବାର ନୂଆ ସିଜନରେ ଦମଦାର ଆରମ୍ଭ କରିଛନ୍ତି। ଆଇପିଏଲର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ମୁମ୍ବାଇ ଇଣ୍ଡିଆନ୍ସ ୩୭ ରନରେ ହାରିବା ପରେ ଯୁବି କହିଥିଲେ, ଯେତେବେଳେ ସମୟ ଆସିବ, ସର୍ବପ୍ରଥମେ ମୁଁ ହିଁ ଅବସର ନେବି।

ଗତ ଦୁଇବର୍ଷ ହେବ ମୋ ପାଇଁ ସେତେଟା ଭଲ ରହିନଥିଲା। ଏହା ମଧ୍ୟରେ ମୁଁ ମୋ କ୍ୟାରିୟରକୁ ନେଇ କୌଣସି ନିଷ୍ପତ୍ତି ନେଇପାରୁ ନଥିଲି। କିନ୍ତୁ ଯେତେବେଳେ ମୁଁ ଆତ୍ମବିଶ୍ଳେଷଣ କଲି, ସେତେବେଳେ ଜାଣିବାକୁ ପାଇଲି ଯେ ଏବେବି ଖେଳକୁ ଉପଭୋଗ କରୁଛି। ମୁଁ ମଧ୍ୟ ସଚିନ ତେନ୍ଦୁଲକରଙ୍କ ପରାମର୍ଶ ନେଇଥିଲି। ତାଙ୍କୁ ପଚାରିଲି ଯେ, ସେ ମୋ ବୟସର (୩୭-୩୮-୩୯ ବର୍ଷ) ହୋଇଥିଲା ବେଳେ କ’ଣ ଅନୁଭବ କରୁଥିଲେ।

ସଚିନ କହିଥିଲେ, ମୁଁ ସର୍ବଦା କ୍ରିକେଟକୁ ଉପଭୋଗ କରେ। ଯେପର୍ଯ୍ୟନ୍ତ ତମେ କ୍ରିକେଟକୁ ଉପଭୋଗ କରୁଥିବ, ସେଯାଏ ଖେଳ ଜାରି ରଖିବା ଆବଶ୍ୟକ ବୋଲି ସଚିନ କହିଥିଲେ। ଏବେ ମୁଁ ବିନା କୌଣସି ଚାପରେ ଖେଳିବାକୁ ଚାହେଁ। ତେଣୁ ବର୍ତ୍ତମାନ ଅବସର ନେବାର ସେମିତି କୌଣସି ଯୋଜନା ନଥିବା ଯୁବରାଜ ସ୍ପଷ୍ଟ କରିଦେଇଛନ୍ତି ।



from Odisha Reporter https://ift.tt/2JFQsu7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages