
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ମିଳିଛି ଅତ୍ୟାଧୁନିକ ‘ଚିନୁକ୍ ହେଲିକପ୍ଟର। ଆଜି ବାୟୁସେନା ମୁଖ୍ୟ ବିଏସ୍ ଧାନୱା ୪ଟି ‘ଚିନୁକ୍’ ହେଲିକପ୍ଟରକୁ ଚଣ୍ଡିଗଡ଼ ଠାରେ ଭାରତୀୟ ବାୟୁସେନାରେ ସାମିଲ କରିଛନ୍ତି। ଭାରତ-ପାକିସ୍ତାନ ସୀମାରେ ଅଧିକ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ନେଇ ପାରିବା ସହ ଅଧିକ ଉଚ୍ଚତାରେ ଥିବା ସାମରିକ ଘାଟିରେ ଏହା ମୁତୟନ ହୋଇପାରିବ ବୋଲି ଜଣାପଡ଼ିଛି।
ଭାରତୀୟ ବାୟୁସେନା ୧.୫ ବିଲିୟନ୍ ଡଲାର ଦେଇ ଏଭଳି ୧୫ଟି ‘ଚିନୁକ୍’ ହେଲିକପ୍ଟର ଆଣିବ। ପ୍ରାଥମିକ ପର୍ଯ୍ୟାୟରେ ଆଜି ୪ଟି ହେଲିକପ୍ଟର ବାୟୁସେନାରେ ସାମିଲ ହୋଇଛି। ଏହା ଆମେରିକାରେ ପ୍ରଥମେ ନିର୍ମାଣ ହୋଇଥିଲେ ହେଁ ଏବେ ଏହାକୁ ଚଣ୍ଡିଗଡ଼ଠାରେ ଉଭୟ ଦେଶର ମିଳିତ ପ୍ରଚେଷ୍ଟାରେ ତିଆରି କରାଯାଇଛି।
‘ଚିନୁକ୍’ ହେଲିକପ୍ଟରରେ ସୈନ୍ୟ,ବଡ଼ କମାଣ, ଅସ୍ତ୍ରଶସ୍ତ୍ର ସହ ଯୁଦ୍ଧ ପାଇଁ ଆବଶ୍ୟକ ସମସ୍ତ ପ୍ରକାରର ସରଞ୍ଜାମ ନିଆଯାଇ ପାରିବ। ଏହି ହେଲିକପ୍ଟରଟି ସମସ୍ତ ପ୍ରକାରର ପରିବେଶ ଓ ପାଗରେ ବେଶ ଆରାମରେ ଉଡ଼ାଣ ଭରି ପାରିବ। ପ୍ରତିରକ୍ଷା ସରଞ୍ଜାମ ବ୍ୟତୀତ ମେଡିକାଲ ସ୍ଥାନାନ୍ତର, ରିଲିଫ୍ ସାମଗ୍ରୀ, ସର୍ଚ୍ଚ ଓ ରିକଭରୀ ଏବଂ ଯୁଦ୍ଧ ବେଳେ ସିଧାସଳଖ ଲଢ଼େଇ ପାଇଁ ମଧ୍ୟ ଏହି ହେଲିକପ୍ଟରକୁ ବ୍ୟବହାର କରାଯାଇ ପାରିବ। ହେଲିକପ୍ଟରରେ ଡିଜିଟାଲ୍ କକ୍ପିଟ୍ର ସୁବିଧା ରହିଛି।
ଏହି ହେଲିକପ୍ଟରେ ୧୧ ଟନ୍ ପେ’ଲୋଡ୍ ଓ ୪୫ ଜଣ ସୈନ୍ୟଙ୍କୁ ଏକାଥରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରିପାରିବ। ଏହି ‘ଚିନୁକ୍’ ହେଲିକପ୍ଟର ଭାରତୀୟ ସେନାରେ ଥିବା ଏମଆଇ-୭୭୭ ଅଲଟ୍ରା ଲାଇଟ୍ ହାଓୱିତଜରକୁ ଉଠାଇ ଉଡ଼ାଣ କରିପାରିବ।
from Odisha Reporter https://ift.tt/2U7uGne
No comments:
Post a Comment