
ପ୍ୟାରିସ୍: ଚୀନର ପ୍ରତ୍ୟକ୍ଷ ସହାୟତା ଯୋଗୁ ଜାତିସଂଘ ସୁରକ୍ଷା ପରିଷଦରେ ଆତଙ୍କବାଦୀ ଘୋଷିତ ହେବାରୁ ବର୍ତ୍ତି ଯାଇଥିବା ମାସୁଦ ଆଝାର ଉପରେ ଆଜି ଫ୍ରାନ୍ସ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଚୀନ୍ ଭିଟୋ ପ୍ରୟୋଗ କରି ମାସୁଦକୁ ରକ୍ଷା କରିଥିଲେ ହେଁ ଫ୍ରାନ୍ସ ସରକାର ମାସୁଦର ସମସ୍ତ ସମ୍ପତ୍ତି ଜବତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଫ୍ରାନ୍ସ ସହ ସୁସମ୍ପର୍କ ରଖିଥିବା ଦେଶଗୁଡ଼ିକୁ ମଧ୍ୟ ମାସୁଦର ଭ୍ରମଣ ଉପରେ କଟକଣା ଲଗାଇବାକୁ କୁହାଯାଇଛି।
ଫ୍ରାନ୍ସର ଆଭ୍ୟନ୍ତରୀଣ, ଅର୍ଥ ଓ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ମିଳିତ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ “ ଭାରତର ପୁଲୱାମା ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏଥିରେ ଜୈଶ-ଏ-ମହମ୍ମଦ ଓ ମାସୁଦ ଆଝାର ସଂପୃକ୍ତ ଥିବା ଵିଶ୍ଵାସ କରାଯାଉଛି।
ତେଣୁ ମାସୁଦ ଆଝାରକୁ ଆତଙ୍କବାଦ କାର୍ଯ୍ୟକଳାପରେ ସାମିଲ ଥିବା ସନ୍ଦେହରେ ୟୁରୋପିଆନ୍ ୟୁନିଅନର ବ୍ୟାନ୍ ତାଲିକାରେ ସାମିଲ କରାଯାଉଛି। ଏହି କାରଣରୁ ଫ୍ରାନ୍ସରେ ମାସୁଦର ଥିବା ସମସ୍ତ ସମ୍ପତ୍ତି ଜବତ କରାଯିବାକୁ ନିଷ୍ପତ୍ତି ହୋଇଛି।”
ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କୀ ଘୋଷଣା ପାଇଁ ଫ୍ରାନ୍ସ, ବ୍ରିଟେନ୍ ଓ ଆମେରିକା ଜାତିସଂଘ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଆଣିଥିଲେ। କିନ୍ତୁ ଚୀନ୍ ଭିଟୋ ପ୍ରୟୋଗ କରି ମାସୁଦକୁ ଏଥିରୁ ସୁରକ୍ଷା ଯୋଗାଇ ଦେଇଥିଲା। ଏହାପରେ ଜାତିସଂଘର ବିଭିନ୍ନ ରାଷ୍ଟ୍ର ମାସୁଦ ବିରୋଧରେ ଅନ୍ୟ ଉପାୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଥିଲେ।
from Odisha Reporter https://ift.tt/2JdMnNv
No comments:
Post a Comment