ଲୋକପାଳ ଚୟନ କମିଟି ବୈଠକକୁ ଯିବେନି ଖାଡ଼ଗେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଲୋକପାଳ ଚୟନ କମିଟି ବୈଠକକୁ ଯିବେନି ଖାଡ଼ଗେ

ନୂଆଦିଲ୍ଲୀ: ଲୋକପାଳ ନିଯୁକ୍ତି ପାଇଁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ତେବେ ଏହା ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଏଥିରେ କେଁ ପୁରାଇଛନ୍ତି। ସେ ଏହି ବୈଠକରେ ଯୋଗଦେବେ ନାହିଁ ବୋଲି ରୋକଠୋକ କହିଦେଇଛନ୍ତି।

ନିୟମ ଅନୁଯାୟୀ, ଲୋକସଭାରେ ବିରୋଧୀ ଦଳ ନେତାର ମାନ୍ୟତା ପାଇଥିବା ବ୍ୟକ୍ତି ଏହି ଲୋକପାଳ ଚୟନ କମିଟିରେ ସଦସ୍ୟ ରହିବା କଥା। ତେବେ ଶ୍ରୀ ଖାଡ଼ଗେ ବିରୋଧୀ ଦଳର ନେତା ଭାବେ ସ୍ୱୀକୃତି ପାଇଥିଲେ ମଧ୍ୟ ଏହି ପଦବୀର ଅଧିକାରୀ ହେବାପାଇଁ ତାଙ୍କ ଦଳ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟକ ଆସନ ନାହିଁ।

ତେଣୁ ସେ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଏହି ବୈଠକରେ ଯୋଗ ଦେବାର ଥିଲା। ତେବେ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ବୈଠକରେ ଚୁପ୍‌ ବସିବା ଅପେକ୍ଷା ସେଠାକୁ ନ ଯିବା ଭଲ ବୋଲି ଶ୍ରୀ ଖାଡ଼ଗେ କହିଛନ୍ତି। ଶ୍ରୀ ଖାଡ଼ଗେଙ୍କୁ ପର୍ସନେଲ ଓ ଟ୍ରେନିଂ ବିଭାଗ ପକ୍ଷରୁ ଚିଠି କରାଯାଇଥିଲା। ଏଥିରେ ତାଙ୍କ ସ୍ୱତନ୍ତ୍ର ଅତିଥି ଭାବେ ଲୋକପାଳ ଚୟନ କମିଟିରେ ଯୋଗ ଦେବାକୁ କୁହାଯାଇଥିଲା।

୨୦୧୮ରେ ମଧ୍ୟ ବିଭାଗ ପକ୍ଷରୁ ଅନୁରୂପ ଭାବେ ୬ ଥର ଶ୍ରୀ ଖାଡ଼ଗେଙ୍କୁ ବୈଠକକୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ଶ୍ରୀ ଖାଡ଼ଗେ କହିଛନ୍ତି, ଲୋକପାଳ ଆଇନ୍‌ର ଧାରା ୪(୨) ଅନୁଯାୟୀ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିରେ ମଧ୍ୟ ସରକାର ଲୋକପାଳ ଅଧ୍ୟକ୍ଷ ଚୟନ କରିବାର କ୍ଷମତା ରଖିଛନ୍ତି। ମୋଦି ସରକାର ୫ ବର୍ଷ ହେଲା ଲୋକପାଳ ନିଯୁକ୍ତ କରୁ ନଥିଲେ। ଏବେ ସୁପ୍ରିମକୋର୍ଟଙ୍କ ତାଗିଦ୍‌ ପରେ ସରକାର ଲୋକପାଳ ଗଠନ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2JfE3wX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages