ଧୱନ-ରୋହିତ ଭାରତର ଦ୍ୱିତୀୟ ସଫଳ ବ୍ୟାଟିଂ ଯୋଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଧୱନ-ରୋହିତ ଭାରତର ଦ୍ୱିତୀୟ ସଫଳ ବ୍ୟାଟିଂ ଯୋଡ଼ି

ମୋହାଲି: ରୋହିତ ଶର୍ମା ଓ ଶିଖର ଧୱନ୍ ଓପନିଂ ଦିନିକିଆ କ୍ରିକେଟରେ ନୂଆ ରେକର୍ଡ କରିଛନ୍ତି। ରୋହିତ-ଧୱନ୍ ଭାରତର ଦ୍ୱିତୀୟ ସଫଳ ବ୍ୟାଟିଂ ଯୋଡ଼ି ଭାବେ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡକୁ ଭାଙ୍ଗିଛନ୍ତି।ସଚିନ ଓ ବୀରୁ ଯୋଡ଼ିଦାର ଭାବେ ୪୩୮୭ ରନ୍ କରିଥିଲେ। ରୋହିତ ଓ ଧୱନ୍ ୪୩୮୯ ରନ୍ କରି ବର୍ତ୍ତମାନ ଭାରତର ଦ୍ୱିତୀୟ ସଫଳ ଯୋଡ଼ି ହୋଇଛନ୍ତି।

ତେବେ ଭାରତର ସବୁଠାରୁ ସଫଳ ଯୋଡ଼ି ହେଉଛନ୍ତି ସଚିନ ଓ ସୌରଭ ଗାଙ୍ଗୁଲି। ସଚିନ ଓ ଗାଙ୍ଗୁଲି ୧୭୬ ଇନିଂସରେ ୮୨୨୭ ରନ୍ କରି ପ୍ରଥମ ସ୍ଥାନରେ ଅଛନ୍ତି। ରୋହିତ ଓ ଧୱନ୍ ବିଶ୍ୱର ଚତୁର୍ଥ ସଫଳ ଓପନିଂ ହେବାର ଗୌରବ ଅର୍ଜନ କରିଛନ୍ତି।

ଓପନିଂ ଯୋଡ଼ି ଭାବେ ବିଶ୍ୱ ରେକର୍ଡ ସଚିନ ଓ ସୌରଭଙ୍କ ନାମରେ ଅଛି। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୩୬ ଇନିଂସରେ ୬୬୦୯ ରନ୍ କରି ପ୍ରଥମ ସ୍ଥାନରେ ଅଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ୍ ଓ ଆଡାମ ଗିଲଖ୍ରୀଷ୍ଟ (୧୧୪ ଇନିଂସ୍, ୫୩୭୨ ରନ୍) ଏବଂ ୱେଷ୍ଟଇଣ୍ଡିଜର ଗର୍ଡନ୍ ଗ୍ରୀନିଜ୍ ଓ ଡେସମଣ୍ଡ ହେନ୍ସ (୧୦୨ ଇନିଂସ୍, ୫୧୫୦ ରନ୍) ଅଛନ୍ତି।



from Odisha Reporter https://ift.tt/2VOKFUs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages