
ଲକ୍ଷ୍ନୌ: ଏସିଆର ସବୁଠାରୁ ବଡ ଲୁଗା ବ୍ୟବସାୟ କେନ୍ଦ୍ର ସୁରଟ। ପୂର୍ବରୁ ଏଠାରେ ପ୍ରସ୍ତୁତ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିତ୍ର ଥିବା ଶାଢୀ ଯାହାର ବେଶ ଚାହିଦା ଥିଲା। ହେଲେ ଏଣିକି ଆଉ ଦୁଇ ଜଣ ନେତାଙ୍କ ଚିତ୍ର ଥିବା ଶାଢୀ ବଜାରକୁ ଆସିବ। ଆଉ ଏହି ଦୁଇ ନେତା ହେଲେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ। ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ନୂଆ ଡିଜାଇନର ଏପରି ଶାଢୀ ତିଆରି ପାଇଁ କପଡା ଡିଜାଇନରଙ୍କ ତତ୍ପରତା ବୃଦ୍ଧି ପାଇବାରେ ଲାଗିଛି।

ସୁରଟରେ ତିଆରି ଶାଢୀ ଦେଶର ସବୁ ରାଜ୍ୟକୁ ଯାଉଛି। ତେଣୁ ଏହି ଶାଢୀ ମାଧ୍ୟମରେ ବିଭିନ୍ନ ଦଳ ନିଜ ନିଜର ପ୍ରଚାର କରିବାକୁ ଏକ ପ୍ରକାର ଆଗେଇ ଆସିଲେଣି। ସୁରଟର ଜଣେ କପଡ଼ା ବ୍ୟବସାୟୀ ଗୌରବ ଶ୍ରୀମାଳୀ ନିଜକୁ କଂଗ୍ରେସର ସମର୍ଥକ ବୋଲି କହିବା ସହ ସେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋ ଥିବା ଡିଜିଟାଲ ପ୍ରିଣ୍ଟ ଶାଢୀ ତିଆରି କରିଥିବା କହିଛନ୍ତି।
୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ସୁରଟ କପଡ଼ା ବଜାରରେ ବିଜେପି ସମର୍ଥକ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ଶାଢୀର ଚାହିଦା ବେଶ୍ ଥିଲା। ଅର୍ଡର ଅନୁସାରେ ଏହି ଶାଢୀ ପ୍ରସ୍ତୁତ କରି ସେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ପଠାଉଥିଲେ । ତେଣୁ ଚଳିତ ନିର୍ବାଚନରେ ଏହି ଦୌଡରେ କଂଗ୍ରେସ ପଛରେ ପଡୁ ବୋଲି ସେ ଚାହୁଁ ନାହାଁନ୍ତି । ତେଣୁ ସେ ଏପରି ଏକ ଶାଢୀ ପ୍ରସ୍ତୁତ କରିଛନ୍ତି ବୋଲି କହିଛନ୍ତି।
ଶ୍ରୀମାଳୀଙ୍କ କହିବା ଅନୁଯାୟୀ ସେ ବର୍ତ୍ତମାନ ସୁଦ୍ଧା ଏପରି ୧୨୦ଟି ଶାଢୀ ପ୍ରସ୍ତୁତ କରି ସାରିଛନ୍ତି। ଏହାକୁ ସେ ପ୍ରଥମେ ମୁମ୍ବାଇର କଂଗ୍ରେସ ବିଧାୟିକାଙ୍କ ପାଖକୁ ପଠାଇବେ। ଯଦି ଏପରି ଶାଢୀ ପାଇଁ ଅଧିକ ଅର୍ଡର ଆସିବ ତେବେ ସେହି ଅନୁସାରେ ପ୍ରସ୍ତୁତ କରିବେ ।
from Odisha Reporter https://ift.tt/2u0Hzkk
No comments:
Post a Comment