
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନେ ଥଣ୍ଡାପାନୀୟ ପିଇବାକୁ ସମସ୍ତଙ୍କର ଇଚ୍ଛା ଥାଏ। ତେବେ ଆପଣ ଥଣ୍ଡା ପାନୀୟକୁ ଘରେ ତିଆରି କରି ପାରିବେନି ଭାବି ବାହାରକୁ ଯାଇ ପିଇଥାନ୍ତି। ବାହାରେ ଆପଣ ବିଭିନ୍ନ ପ୍ରକାର ଲସି ପିଉଥିବେ। କିନ୍ତୁ ରାଜସ୍ଥାନି ମଖନିଆ ଲସି କେବେ ପିଇଛନ୍ତି କି? ଏହି ନାଁ ହିଁ ଆପଣଙ୍କୁ ରାଜସ୍ଥାନ କଥା ମନେ ପକାଇ ଦେଉଥିବ। ଏହି ଲସି ରାଜସ୍ଥାନରେ ବହୁତ ଲୋକପ୍ରିୟ ଅଟେ। ତେବେ ଆପଣ ରାଜସ୍ଥାନର ଏହି ସ୍ୱାଦିଷ୍ଟ ପାନୀୟକୁ ଘରେ କିପରି ତିଆରି କରିବେ ଆସନ୍ତୁ ଜାଣିବା।
ଆବଶ୍ୟକୀୟ ସାମଗ୍ରୀ
ଥଣ୍ଡା ଥିବା ଦହି, କ୍ଷୀର ଏବଂ ଚିନି।
ସଜାଇବା ପାଇଁ ଡାଳିମ୍ବ ଦାନା, ଲହୁଣୀ, ପିସ୍ତା ବାଦାମ, ଏବଂ କେଶର।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଗ୍ରାଇଣ୍ଡର ଜାର୍ରେ ଥଣ୍ଡା ଦହି, ଥଣ୍ଡା କ୍ଷୀର, ଚିନିକୁ ଭଲରେ ଗ୍ରାଇଣ୍ଡ କରିନିଅନ୍ତୁ। ଏହି ସବୁ ଜିନିଷକୁ ଭଲରେ ଗ୍ରାଇଣ୍ଡ କଲା ପରେ ଆପଣ ପରଷିବାକୁ ରଖିଥିବା ଗ୍ଲାସ୍ରେ ଢ଼ାଳନ୍ତୁ। ତା ଉପରେ ଡାଳିମ୍ବ ଦାନା, ଲହୁଣୀ, ଏବଂ ପିସ୍ତା ବାଦାମ୍ ପକାଇ ସଜାନ୍ତୁ। ଏହା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ରାଜସ୍ଥାନୀ ମଖନିଆ ଲସି।
ଏବେ ଆପଣ ଖରାଦିନେ ଏହାକୁ ଫ୍ରିଜ୍ରେ ରଖି ଘରକୁ ଆସୁଥିବା ଅତିଥିଙ୍କୁ ପିଇବାକୁ ଦେବା ସହ ନିଜେ ମଧ୍ୟ ଏହାର ମଜା ନେଇପାରିବେ। ଏହାକୁ ସମସ୍ତେ ପସନ୍ଦ କରିବା ସହ ପାଟିକୁ ମଧ୍ୟ ବହୁତ ସ୍ୱାଦିଷ୍ଟ ଲାଗିଥାଏ।
from Odisha Reporter https://ift.tt/2U3uIwa
No comments:
Post a Comment