
ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ସକ୍ରିୟ ସଦସ୍ୟ ତଥା ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ମୁଦାଶୀରର ଘନିଷ୍ଠ ସହଯୋଗୀ ସାଜିଦ ଖାନ୍ ଦିଲ୍ଲୀରେ ଗିରଫ ହୋଇଛି। ଚଳିତ ମାସ ଆରମ୍ଭରେ ସେନା ସର୍ଚ୍ଚ ଅପରେସନ ବେଳେ ମୁଦାଶୀରକୁ ନିପାତ କରି ଦେଇଛି।
ତେବେ କେଉଁ ଉଦ୍ଦେଶ୍ୟ ନେଇ ସାଜିଦ ଦିଲ୍ଲୀ ଆସିଥିଲା ? ଆଉ କିଏ କିଏ ରହିଛନ୍ତି ତା’ର ସହଯୋଗୀ ? ଏଭଳି ଅନେକ ପ୍ରଶ୍ନ ସାଜିଦ ଗିରଫ ହେବା ପରେ ଉଠିବା ସ୍ଵାଭାବିକ। ତେବେ ପୁଲିସ ତାକୁ ରିମାଣ୍ଡରେ ନେଇ ଜେରା କରିବା ପରେ ସତ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
ଆଗକୁ ସାଧାରଣ ନିର୍ବାଚନ ରହିଛି। ଏହି ସମୟରେ ଆତଙ୍କବାଦୀ ବାଲାକୋଟ ଏୟାର ଷ୍ଟ୍ରାଇକର ବଦଲା ନେବାକୁ ଚେଷ୍ଟା କରୁଛନ୍ତି ବୋଲି ଗୁଇନ୍ଦା ରିପୋର୍ଟ ମିଳିଥିଲା। ଏଥିପାଇଁ ଦିଲ୍ଲୀ ସମେତ ବିଭିନ୍ନ ଅଞ୍ଚଳ ଏବେ ରେଡ଼ ଆଲର୍ଟ ଜାରି ରହିଛି। ଦୁଇ ଦିନ ତଳେ ମଧ୍ୟ ଜାତୀୟ ଗଣମାଧ୍ୟମ “ନ୍ୟୁଜ ନେଶନ’ର ଏକ ରିପୋର୍ଟରେ କୁହାଯାଇଥିଲା ଯେ ଜଣେ ଶିଶୁକୁ ମୋହରା କରି ଆତଙ୍କବାଦୀ ଏକ ଅତି ବଡ଼ ଧରଣର ହିଂସାକାଣ୍ଡ ଭିଆଇବା ପାଇଁ ଯୋଜନା କରୁଛନ୍ତି। ତେବେ ପୁଲିସ ଓ ସେନା ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଗୁଇନ୍ଦା ରିପୋର୍ଟ ଆଧାରରେ ଚଢ଼ଉ ଚାଲିଥିବା ଜଣାପଡ଼ିଛି।
from Odisha Reporter https://ift.tt/2YhA2eX
No comments:
Post a Comment