
ମୁମ୍ବାଇ: ବଲିଉଡର ଦବଙ୍ଗ ସଲମାନ୍ ଖାନ୍ ଏବେ ଏକା ସାଙ୍ଗରେ ୪ଟି ଲଗ୍ଜରିୟସ୍ ରେଞ୍ଜ୍ ରୋଭର କାର୍ କିଣିଛନ୍ତି। ଗାଡ଼ିର ଦାମ୍ ୫୦ଲକ୍ଷ ଟଙ୍କା ରହିଥିବା ବେଳେ ଏକା ସାଙ୍ଗରେ ୪ଟି କାର୍ ସଲମାନ୍ କ’ଣ ପାଇଁ କିଣିଲେ, ତାହା ସମସ୍ତଙ୍କୁ ଆଶ୍ଚଯର୍ୟ କରିଛି।
ସୂଚନା ମୁତାବକ ୪ଟି କାର୍ ମଧ୍ୟରୁ ସଲମାନ୍ ଗୋଟେ ନିଜ ପାଇଁ କିଣିଥିବା ବେଳେ ଅନ୍ୟ ୩ଟି କାର୍ ସେ ଉପହାରରେ ଦେବା ପାଇଁ କିଣିଛନ୍ତି। ଗୋଟେ କାର୍ ଭାଇ ଆରବାଜ୍, ଗୋଟେ କାର୍ ଭଉଣୀ ଅର୍ପିତା ଏବଂ ଗୋଟେ କାର୍ ତାଙ୍କ ସହ-କଳାକାର କ୍ୟାଟ୍ରିନା କୈଫ୍ ଉପହାରରେ ଦେଇଥିବା ଜଣା ପଡ଼ିଛିା କ୍ୟାଟ୍ରିନା ସଲମାନଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରିଥିବାରୁ, ତାଙ୍କୁ ଏହି ଉପହାର ଦେଇଛନ୍ତି ସଲମାନ୍।
ଫିଲ୍ମ ଭାରତ ପାଇଁ ଲିଡ୍ ହିରୋଇନ୍ ଭାବେ ପ୍ରଥମେ ପ୍ରିୟଙ୍କା ଚୋପ୍ରାଙ୍କୁ ମନୋନିତ କରାଯାଇଥିଲା। ହେଲେ ପ୍ରୟଙ୍କା ପରେ ଫିଲ୍ମ କରିବାକୁ ମନା କରି ଦେଇଥିଲେ। ଏହାପରେ ସଲମାନ ଫିଲ୍ମର ଅଫର୍ କ୍ୟାଟ୍ରିନାଙ୍କୁ ଦିଆଯାଉ ବୋଲି କହିଥିଲେ। ସଲମାନଙ୍କ ଅଫର୍ ପାଇବା ପରେ କ୍ୟାଟ୍ରିନା ତୁରନ୍ତ ଏହି ପ୍ରୋଜେକ୍ଟ ପାଇଁ ହଁ କରିଥିଲେ। ତେଣୁ ତାଙ୍କୁ ଧନ୍ୟବାଦ୍ ଜଣାଇବା ପାଇଁ ସଲମାନ୍ ଏହି ଉପହାର ଦେଇଥିବା ଜଣା ପଡ଼ିଛି।
ଜଣାଇ ଦେବାକୁ ଚାହୁଁ ଯେ ସଲମାନ୍ ଓ କ୍ୟାଟ୍ରିନା ପୁଣିଥରେ ଫିଲ୍ମ ‘ଭାରତ୍’ରେ ଏକାଠି ନଜର ଆସିବେ। ‘ଭାରତ୍’ ୨୦୧୪ରେ ଆସିଥିବା ଦକ୍ଷିଣ କୋରିଅନ୍ ଫିଲ୍ମ ‘ଓଡ୍ ଟୁ ମାଇଁ ଫାଦର୍’ର ରିମେକ୍। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲି ଅବାସ୍ ଜଫର୍। ସଲମାନ ଓ କ୍ୟାଟ୍ରିନାଙ୍କ ବ୍ୟତୀତ ଫିଲ୍ମରେ ଦିଶା ପଟାନୀ, ତବୁ, ଜ୍ୟାକି ଶ୍ରୋଫ୍ ଓ ସୁନିଲ୍ ଗ୍ରୋବର୍ ପ୍ରମୁଖ ନଜର ଆସିବେ। ସଲମାନଙ୍କ ଏହି ଫିଲ୍ମଟି ସବୁଥର ଭଳି ଏଥର ମଧ୍ୟ ଇଦ୍ରେ ହିଁ ରିଲିଜ୍ ହେବ।
from Odisha Reporter https://ift.tt/2WhD5lc
No comments:
Post a Comment