
ମୁମ୍ବାଇ: ରଣବୀର କପୁରଙ୍କୁ ବ୍ଲକ୍ ଏବଂ ବରୁଣ ଧୱନଙ୍କୁ ଅନ୍ଫଲୋ କରିବାକୁ ଚାହୁଁଛନ୍ତି ବଲିଉଡ୍ ଫିଲ୍ମ ନିର୍ଦ୍ଦେଶକ-ପ୍ରଯୋଜକ କରନ ଜୋହର। ଏକ ସାକ୍ଷାତକାରରେ ସେ କଥା କହିଛନ୍ତି।
ସୂଚନା ଅନୁଯାୟୀ, କିଛି ଦିନ ତଳେ କରନ୍ ଜୋହର ଆର୍ବାଜ୍ ଖାନ୍ଙ୍କ ଚାଟ୍ ଶୋ’ ‘ପିଞ୍ଚ୍ ବାଏ ଆର୍ବାଜ୍ ଖାନ୍ରେ ଅତିଥି ଭାବେ ଯୋଗ ଦେଇଥିଲେ। ଯେଉଁଠି ତାଙ୍କୁ ଆଲିୟା, ଜାହ୍ନବୀ ଏବଂ ସାରାଙ୍କ ମଧ୍ୟରୁ କାହାକୁ ବ୍ଳକ୍ ବା ଅନ୍ଫଲୋ କରିବା ପାଇଁ କୁହାଯାଇଥିଲା। ଏହା ଶୁଣି ସେ କାହାକୁ ବ୍ଳକ୍ ବା ଅନ୍ଫଲୋ କରିବାକୁ ଚାହିଁବେ ନାହିଁ ବୋଲି କହିଥିଲେ।
ପରେ ଅର୍ବାଜ୍ ସିଦ୍ଧାର୍ଥ ମଲହୋତ୍ରା, ବରୁଣ ଧଓ୍ଵନ ଏବଂ ରଣବୀର କପୁରଙ୍କ ନାଁ ନେବା ପରେ କରନ ରଣବୀରଙ୍କୁ ବ୍ଲକ୍ କରିବେ ବୋଲି କହିଥିଲେ। ଏହାର କାରଣ ପଚରାଯିବାରୁ ସେ କହିଥିଲେ, ରଣବୀର ସୋଶାଲ୍ ମିଡିଆରେ ସକ୍ରିୟ ନାହାନ୍ତି, ସେଥିପାଇଁ ମୁଁ ତାଙ୍କୁ ବ୍ଲକ୍ କରିବି । ବରୁଣଙ୍କୁ ଅନ୍ଫଲୋ କରିବି, କାରଣ ଅସଲ ଜୀବନରେ ମୁଁ ତାଙ୍କୁ ଫଲୋ କରେ ବୋଲି କରନ୍ କହିଥିଲେ। ସିଦ୍ଧାର୍ଥଙ୍କୁ ସେ ଫଲୋ କରିବାକୁ ପସନ୍ଦ କରିବେ ବୋଲି କହିଥିଲେ।
from Odisha Reporter https://ift.tt/2TruRp1
No comments:
Post a Comment