ମଉଳିଗଲା ଆପ୍‌-କଂଗ୍ରେସ ମେଣ୍ଟ ଆଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ମଉଳିଗଲା ଆପ୍‌-କଂଗ୍ରେସ ମେଣ୍ଟ ଆଶା

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା, ସେଇଆ ହେଲା। ବିଜେପିକୁ ଦିଲ୍ଲୀରେ ଟକ୍କର ଦେବାକୁ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି(ଆପ୍‌) ଯେଉଁ ମେଣ୍ଟ କରିବେ ବୋଲି କହୁଥିଲେ, ଆଜି ସେପରି ସମ୍ଭାବନା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅର୍ଥାତ ଉଭୟ ଦଳ ଦିଲ୍ଲୀର ୭ଟି ଯାକ ଲୋକସଭା ଆସନରେ ନିଜ ନିଜ ପ୍ରାର୍ଥୀ ଦେବେ। ପୂର୍ବରୁ ଆପ୍‌ ୭ଟି ଲୋକସଭା ଆସନ ପାଇଁ ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା।

ଆଜି ଆପ୍‌ ସହ ମେଣ୍ଟ ହେବ କି ନାହିଁ, ସେ ସମ୍ପର୍କରେ କଂଗ୍ରେସର ଦିଲ୍ଲୀ ନେତୃବୃନ୍ଦ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବାସଭବନରେ ବୈଠକ କରିଥିଲେ। ଏହି ବୈଠକ ପରେ କଂଗ୍ରେସର ଦିଲ୍ଲୀ ମୁଖ୍ୟ ଶୀଲା ଦୀକ୍ଷିତ ଆପ୍‌ ସହ ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆଜିର ବୈଠକରେ ରାହୁଲ ଗାନ୍ଧିଙ୍କ ସହ ମେଣ୍ଟ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହାପରେ ସର୍ବସମ୍ମତିକ୍ରମେ ଆପ୍‌ ସହ କୌଣସି ପ୍ରକାରର ମେଣ୍ଟ ହେବନାହିଁ ବୋଲି ନିଷ୍ପତ୍ତି ହୋଇଛି।”

ଆପ୍‌ ଶନିବାର ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ହେଁ କଂଗ୍ରେସ ପାଇଁ ମେଣ୍ଟ କରିବାକୁ ବାଟ ଏବେ ବି ଖୋଲା ରହିଥିବା କହିଥିଲା। ବିଜେପିକୁ ହରାଇବାକୁ ଚାହୁଁଥିବା ଦଳ ଆପ୍‌ ସହ ମିଶିପାରିବେ ବୋଲି ଦଳ ପକ୍ଷରୁ କୁହାଯାଥିଲା। ହେଲେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି।



from Odisha Reporter https://ift.tt/2Hcv3Ga

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages