
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କେନାଲ ବନ୍ଧ ପାଖରୁ ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଏ ସମ୍ପର୍କରେ ମଞ୍ଚେଶ୍ୱର ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ମୃତ ଶିଶୁର ପରିଚୟ ଜଣାପଡ଼ି ନାହିଁ।
କଳାରାହାଙ୍ଗ ଓ ପଟିଆ ଷ୍ଟେସନ୍କୁ ସଂଯୋଗ କରୁଥିବା କେନାଲ୍ ବନ୍ଧ ପାର୍ଶ୍ୱରେ ଆଜି ଏକ ଦେଢ଼ରୁ ଦୁଇ ବର୍ଷର ରକ୍ତାକ୍ତ ମୃତଦେହ ପଡ଼ିଥିଲା। ମୃତ ଶିଶୁର ବେକ ଓ ମୁହଁରେ ରକ୍ତ ଲାଗିଥିବା ଦେଖିବାକୁ ମିଳିଛି। ସେଠାରେ ଗୋରୁ ଚରାଉଥିବା ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2tRR5Gl
No comments:
Post a Comment