
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ଅସୁରକ୍ଷିତ ହେବାରେ ଲାଗିଛି। କେତେବେଳେ ଲୁଟ୍ପାଟ୍ ଘଟଣା ସାମ୍ନାକୁ ଆସୁଛି ତ କେତେବେଳେ ଆକ୍ରମଣ ଘଟଣା।
ଆଜି ଭୋରରେ ରାଜଧାନୀରେ ତିନି ଜଣ ଲୋକଙ୍କ ଉପରେ ଆକ୍ରମଣ ହୋଇଛି। ଟଙ୍କପାଣି ରୋଡ୍ ସ୍ଥିତ ଏକ କଲ୍ୟାଣ ମଣ୍ଡପର ସିକ୍ୟୁରିଟି ଗାର୍ଡଙ୍କ ଉପରକୁ ଦୁଇ ଜଣ ଯୁବକ ଗୁଳି କରିଥିବା ବେଳେ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଫୁଟ୍ପାଥ୍ରେ ଶୋଇଥିବା ଦୁଇ ଜଣ ଯୁବକଙ୍କୁ ଆଉ ଦୁଇ ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଫୁଟ୍ପାଥ୍ରେ ଶୋଇଥିବା ଯୁବକ ଦ୍ୱୟଙ୍କୁ ଦୁଇ ଜଣ ଦୁର୍ବୃତ୍ତ ପଥର ଓ ବହ୍ଲାରେ ଆକ୍ରମଣ କରିଥିଲେ। ପରେ ସେମାନେ ସେଠାରୁ ଫେରାର ହୋଇଯାଇଥିଲା। ଦୁର୍ବୃତ୍ତମାନଙ୍କୁ ସେମାନେ ଭଲ ଭାବେ ଦେଖିପାରି ନଥିବା ଆହତ ଯୁବକ ଦ୍ୱୟ କହିଛନ୍ତି। କିଏ ଓ କାହିଁକି ସେମାନଙ୍କୁ ଆକ୍ରମଣ କଲା, ତାହା ସେମାନେ ଜାଣି ପାରୁ ନଥିବା କହିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ପୁଲିସ୍ ଏ ଘଟଣାର ତଦନ୍ତ କରୁଛି।
ଅନ୍ୟପକ୍ଷରେ ଅନ୍ୟ ଦୁଇ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆହତ ହୋଇଥିବା ସିକ୍ୟୁରିଟି ଗାର୍ଡଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ଜ୍ଞାନେନ୍ଦ୍ର ମଲ୍ଲିକ। ଏ ଘଟଣାରେ ବି ପୁଲିସ୍ ଖୋଳତାଡ଼ ଜାରି ରଖିଛି।
ସୂଚନାଯୋଗ୍ୟ, ଗତକାଲି ସକାଳେ ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ମହିଳା ମର୍ଣ୍ଣିଂ ୱାକ୍ରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ବେକରେ କଟୁରି ରଖି ସୁନା ଚେନ୍ ଓ କାନ ଫୁଲ ନେଇ ଯାଇଥିଲେ। ଏପରିକି ପ୍ରତରୋଧ କରିବାକୁ ଆସିଥିବା ଉକ୍ତ ମହିଳାଙ୍କ ସ୍ୱାମୀ ଓ ଅନ୍ୟ ପଡ଼ୋଶୀଙ୍କୁ କଟୁରିରେ ଆକ୍ରମଣ କରିବା ସହିତ ପଥର ମାଡ଼ କରି ଥିଲେ।
from Odisha Reporter https://ift.tt/2u8XInB
No comments:
Post a Comment