କିପରି ଡାଏଟ୍‌ ଫଲୋ କରୁଛନ୍ତି ଆମୀର, ଜାଣିବା ଆସନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

କିପରି ଡାଏଟ୍‌ ଫଲୋ କରୁଛନ୍ତି ଆମୀର, ଜାଣିବା ଆସନ୍ତୁ…

ମୁମ୍ୱାଇ: ବଲିଉଡ଼ର ମିଷ୍ଟର ପର୍ଫେକ୍ସନିଷ୍ଟ ଭାବେ ଜଣାଶୁଣା ଆମୀର ଖାନ୍‌ ୫୦ ବର୍ଷ ଅତିକ୍ରାନ୍ତ କରିସାରିଲେଣି। ଏହି ବୟସରରେ ବି ସେ ଖୁବ ୟଙ୍ଗ ଓ ଏନରଜେଟିକ୍‌ ଲାଗନ୍ତି । ସେ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ସବୁ ପରିଶ୍ରମ ସେଥିରେ ହିଁ ବିନିଯୋଗ କରି ଦିଅନ୍ତି।

କାରଣ ସେ ଚାହାନ୍ତି ଦର୍ଶକ ତାଙ୍କ ଦମଦାର ଅଭିନୟ ଦେଖନ୍ତୁ। ଫିଲ୍ମରେ ରେସଲର୍‌ ଭୂମିକା ହେଉ ବା ସିକ୍ସ ପ୍ୟାକ୍‌ ଲୁକ୍‌ ହେଉ ଏଥିନିମନ୍ତେ ସେ ଷ୍ଟ୍ରିକ୍ଟ  ୱାର୍କ ଆଉଟ୍‌ ଫଲୋ କରିଥାନ୍ତି। ଏହାସହ ବାଲାନ୍ସ ଡାଏଟ୍‌ ନେବା ସହ ପ୍ରଚୁର ପାଣି ପିଉଥିବା କହିଛନ୍ତି ଆମୀର।

ଆମୀରଙ୍କ ୱାର୍କ ଆଉଟ୍‌ର ରୁଟିନ ଦେଖି ବଲିଉଡ଼ ଓ ହଲିଉଡ଼ର ବଡ଼ ବଡ଼ କଳାକାର ବି ଚକିତ ରହିଯାନ୍ତି। ସେ ନିଜ ଚରିତ୍ରରେ ଏପରି ହଜିଯାନ୍ତି ଯେ, ଏଥିପାଇଁ କେତେବେଳେ  ଓଜନ ବଢାନ୍ତି ଆଉ କେତେବେଳେ କମାଇ ଦିଅନ୍ତି । ତାଙ୍କ ଫିଟନେସ୍‌ର ମୂଳ ମନ୍ତ୍ର ବାଲାନ୍ସ ଡାଏଟ ଓ ଅନୁଶାସିତ ବ୍ୟାୟାମ ବୋଲି ଏକ ସାକ୍ଷାତାକାରରେ କହିଛନ୍ତି ଆମୀର। ଆପଣଙ୍କ ଡାଏଟ୍‌ ଠିକ୍‌ ନ ଥିଲେ ଯେତେ ୱାର୍କଆଉଟ୍‌ କଲେ ବି ଫଳପ୍ରଦ ହେବନି ବୋଲି କହିଛନ୍ତି ଆମୀର।

ତାଙ୍କ କହିବା ଅନୁଯାୟୀ, ଆମ ଫିଟନେସ୍‌ରେ ଡାଏଟ୍‌ର ଭୂମିକା ୫୦ ପ୍ରତିଶତ,  ୱାର୍କଆଉଟ୍‌ର ୨୫ ପ୍ରତିଶତ  ରହିଛି। ଏହାବ୍ୟତୀତ ଆଉ ୨୫ ପ୍ରତିଶତ ଆମ ଶରୀରକୁ ଆରାମ ଦରକାର। ପ୍ରତିଦିନ ୮ ଘଣ୍ଟା ନ ଶୋଇଲେ  ଯେତେ ବ୍ୟାୟାମ କଲେବି ଆଶାତୀତ ଫଳ ମିଳିବ ନାହିଁ ବୋଲି ସେ କହିଛନ୍ତି।

କ୍ୟାଲୋରୀ ବି ଶରୀର ପାଇଁ ଜରୁରୀ

ଆମୀରଙ୍କ ମୁତାବକ, ଆକର୍ଷଣୀୟ ଫିଗର୍‌ ପାଇବାକୁ ବହୁ ଯୁବକଯୁବତୀ ରାତିରେ ଖାଲି ପେଟରେ ଶୋଉଥିବା ବେଳେ ଆଉ କେତେକ ଭରପୂର ଭାତ ଖାଇଥାନ୍ତି। କିନ୍ତୁ ସେ ବାଲାନ୍ସ ଡାଏଟକ୍‌କୁ ଫଲୋ କରିଥାନ୍ତି।  ତାଙ୍କ କହିବାନୁଯାୟୀ, ଓଜନ ବଢାଇବା ତଥା କମାଇବା ନିମେନ୍ତ କ୍ୟାଲୋରିର ଭୂମିକା କ’ଣ ପ୍ରଥମେ ବୁଝିବା ଦରକାର। ଆପଣ ଯେତିକି କ୍ୟାଲୋରି ଖର୍ଚ୍ଚ କରୁଛନ୍ତି, ଯଦି ସେତିକି ଡାଏଟ ନେଉଛନ୍ତି ତା ହେଲେ ଆପଣଙ୍କ ଓଜନ ସ୍ଥିର ରହିବ। ଯଦି ଆପଣ ଅଧିକ କ୍ୟାଲୋରି  ଖର୍ଚ୍ଚ କରୁଛନ୍ତି ଏବଂ କମ୍‌ ଖାଦ୍ୟ ନେଉଛନ୍ତି ତେବେ ଆପଣଙ୍କ ଓଜନ କମିବ ଏବଂ ବିପରୀତ କଲେ ନିଶ୍ଚିନ୍ତ ଭାବେ ବଢିବ ।

 ଦିନକୁ ପିଅନ୍ତୁ ୮ ଗ୍ଲାସ ପାଣି

ଆମୀରଙ୍କ ମତରେ ଶରୀରକୁ ସୁସ୍ଥ ରଖିବା ନିମନ୍ତେ ପାଣିର ଭୂମିକାକୁ ବି ଆମେ ଅସ୍ୱୀକାର କରିପାରିବା ନାହିଁ।  ୱାର୍କ ଆଉଟ୍‌ ବେଳେ ଆମକୁ ବହୁତ ଶୋଷ ଲାଗୁଥିବା ବେଳେ ଏହା ପୂର୍ବରୁ ଓ ପରେ ମଧ୍ୟ ପ୍ରଚୁର ପାଣି ପିଇବା ଉଚିତ। ପ୍ରତିଦିନ ଅତି କମ୍‌ରେ ୮ ଗ୍ଲାସ ପାଣି ପିଇବା ନିହାତି ଜରୁରୀ ବୋଲି ସେ ମତ ରଖିଛନ୍ତି। ଏହାଠୁ କମ୍‌ ପିଇଲେ ଡିହାଇଡ୍ରେସନ ସମସ୍ୟାରେ ପଡ଼ିବାର ଡର ରହିବ। ପାଣିରେ ପ୍ରଚୁର ମାତ୍ରାରେ ଖଣିଜ ଭରପୂର ରହିଛି, ଯାହାକି ଆମ ଶରୀର ଲାଗି ଖୁବ୍‌ ଆବଶ୍ୟକ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2HCgTOK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages