ପାକିସ୍ତାନ ଶାନ୍ତି ଚାହେଁ: ପାକ୍ ସେନା ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ପାକିସ୍ତାନ ଶାନ୍ତି ଚାହେଁ: ପାକ୍ ସେନା ଅଧିକାରୀ

ଇସଲାମାବାଦ: ଭାରତ ପାକିସ୍ତାନ ମଧ୍ୟରେ ଦେଖା ଦେଇଥିବା ମୁହାଁମୁହିଁ ସ୍ଥିତିରେ ଆଗକୁ କ’ଣ ହେବ, ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ଆର୍ମିର ସୂଚନା ନିର୍ଦ୍ଦେଶକ ଅସିଫ୍ ଗଫୁର। ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡ଼ି ପାକିସ୍ତାନ ଶାନ୍ତିର ବାର୍ତ୍ତା ଦେଇଛି ବୋଲି ସେ କହିଛନ୍ତି । ଏବେ ବଲ ଭାରତ ହାତରେ, ଯଦି ଭାରତ ବିବାଦକୁ ଆଗକୁ ନେବ ତାହେଲେ ପାକିସ୍ତାନ ମଧ୍ୟ ଚୁପ ବସିବ ନାହିଁ ବୋଲି କହିଛନ୍ତି ଏହି ପାକ ସେନା ଅଧିକାରୀ । ଏଥିସହ କଶ୍ନୀର ସମସ୍ୟାର ସମାଧାନ ଖୁବଶୀଘ୍ର ହୋଇପାରିଲେ ବିବାଦ ତୁଟିବ ବୋଲି ସେ କହିଛନ୍ତି ।

ଫେବୃଆରୀ ୧୪ରେ ପୁଲୱାମାରେ ସେନା ଉପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଏଥିରେ ୪୦ ଯବାନ ସହିଦ ହୋଇଥିଲେ । ଆକ୍ରମଣ ପାଇଁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା । ଏହାପରେ ଭାରତ ୨୬ ତାରିଖ ଭୋର ସମୟରେ ଏୟାର ଷ୍ଟ୍ରାଇକ କରି ଏହାର ଜବାବ ଦେଇଥିଲା । ଏଥିରେ ୨୫୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିବା କୁହାଯାଉଛି। ଅବଶ୍ୟ ଏ ସଂକ୍ରାନ୍ତ କୈଣସି ସ୍ପଷ୍ଟ ସୂଚନା ସରକାରଙ୍କ ତରଫରୁ ମିଳିନାହିଁ ।

ହେଲେ ଫେବୃଆରୀ ୨୭ରେ ଆକଶମାର୍ଗରେ ପାକିସ୍ତାନ ପକ୍ଷରୁ ବିମାନ ଆକ୍ରମଣ ହୋଇଥିଲା । ଯେଉଁଥିରେ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ଖସି ପଡିଥିଲେ। ଏହାପରେ ପାକିସ୍ତାନ ତାଙ୍କୁ ଅଟକ ରଖିଥିଲା । ତେବେ ଭାରତର ଚାପ ଆଗରେ ଶେଷରେ ମୁଣ୍ଡ ନୁଆଁଇ ପାକିସ୍ତାନ ବିନା ସର୍ତ୍ତରେ ଅଭିନନ୍ଦନଙ୍କୁ ୫୬ ଘଣ୍ଟା ପରେ ଛାଡ଼ିଥିଲା।

ତେବେ ଯୁଦ୍ଧ ହେବ କି ନାହିଁ, ସେ ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଗଫୁର । ସେ କହିଛନ୍ତି ସୀମାରେ ଉଭୟ ଭାରତ ଏବଂ ପାକିସ୍ତାନର ସେନା ମୁତୟନ ଅଛନ୍ତି । ପାକିସ୍ତାନ ପୂର୍ବ ତୁଳନାରେ ଅଧିକ ସେନା ମୁତୟନ କରିଥିବା କହିଛନ୍ତି ଗଫୁର। ଏବେ ପାକିସ୍ତାନକୁ ନିନ୍ଦା କରିବା ବଦଳରେ କିଭଳି ସବୁ ବିବାଦର ସମାଧାନ ହୋଇପାରିବ ସେ ନେଇ ଚିନ୍ତା କରିବାକୁ ସେ ଆହ୍ବାନ ଦେଇଛନ୍ତି ।



from Odisha Reporter https://ift.tt/2Tt7oI7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages