
ବାଲିଗୁଡ଼ା (ଅଜିତ କୁମାର ନାୟକ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅନ୍ତର୍ଗତ କନବାଗିରି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।
ମୃତକଙ୍କ ନାଁ ବିଘ୍ନରାଜ ପ୍ରଧାନ। ତାଙ୍କ ଘର କଟରଗଣ୍ଡା ଗାଁରେ।
ଆଜି ସକାଳେ ରାସ୍ତା ଉପରେ ତାଙ୍କର ମୃତଦେହ ପଡ଼ି ରହିଥିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
ବିଘ୍ନରାଜଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତ ଲୋକେ ଲୋକେ ରାସ୍ତା ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଜି.ଉଦୟଗିରି ଏବଂ ବାଲିଗୁଡ଼ା ମଧ୍ୟରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।
ତେବେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା।
ଏହି ଘଟଣାକୁ ନେଇ ଜି.ଉଦୟଗିରି ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
from Odisha Reporter https://ift.tt/2HdYOHv
No comments:
Post a Comment