
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରେମ, ବିବାହ, ବିଚ୍ଛେଦ ଖବର ସବୁବେଳେ ଶୁଣିବାକୁ ମିଳିଥାଏ। ଏଠି ଷ୍ଟାରମାନେ ନିଜ ଲଭ୍, ରୋମାନ୍ସକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତି, ବ୍ରେକଅପ୍କୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ସାଉଁଟିଥାନ୍ତି। ଡ୍ରାନ୍ସିଂ ଓ ଆକ୍ଟି ପାଇଁ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ଛାପ ଛାଡିଥିବା ବଲିଉଡର ହାର୍ଟ ଥ୍ରୋବ୍ ହ୍ରିତିକ ରୋଶନ ରିଲ୍ ତଥା ରିୟଲ୍ ଲାଇଫକୁ ବି ନେଇ ସବୁବେଳେ ଲାଇମ୍ ଲାଇଟ୍ରେ ରହି ଆସିଛନ୍ତି।

ପିଲା ଦିନୁ ଭଲ ବନ୍ଧୁ ଥିବା ହ୍ରିତିକ ରୋଶନ ଓ ଇଣ୍ଟେରିୟର ଡିଜାଇନର ସୁଜେନ ଖାନ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ ୨ ପିଲାଙ୍କ ଜନ୍ମ ପରେ ୨୦୧୪ ମସିହାରେ ଉଭୟ ପରସ୍ପରଠୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ଦୁହିଁଙ୍କ ଅଲଗା ଖବରକୁ ଫ୍ୟାନ୍ମାନେ ସହଜରେ ଗ୍ରହଣ କରି ପାରି ନ ଥିଲେ। ଏହା ଲକ୍ଷାଧୀକ ସିନେ ପ୍ରେମୀଙ୍କ ମନ ଭାଙ୍ଗିଥିଲା। ଏହାକୁ ବଲିଉଡ଼ର ସବୁଠୁ ଦାମୀ ବିଚ୍ଛେଦ ବୋଲି କୁହାଯାଏ ଏହାପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଷ୍ଟ୍ରଙ୍ଗ ବଣ୍ଡିଂ ରହିଛି। ବିଚ୍ଛେଦ ପରେ ମଧ୍ୟ ନିଜ ପିଲାଙ୍କ ସହ ଏହି ଏକ୍ସ କପଲ୍ଙ୍କୁ ବହୁ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି। ହେଲେ ଛାଡ଼ପତ୍ର ପରେ ନିଜ ଜୀବନ କିପରି ବଞ୍ଚୁଛନ୍ତି ସେ ସମ୍ପର୍କରେ କହିଛନ୍ତି ସୁଜେନ।
ସୁଜେନଙ୍କ ମତରେ, ତାଙ୍କ ଜୀବନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛନ୍ତି ତାଙ୍କ ୨ ପୁଅ । ଜଣେ ମା’ ହିସାବରେ ସେମାନଙ୍କ ମନ କଥା ବୁଝିବାକୁ ସେ ସବୁବେଳେ ପ୍ରାଥମିକତା ଦେଇଥାନ୍ତି। ପୁଅ ୨ ଜଣ ଛୋଟ ଥିଲେ ମଧ୍ୟ ସେମାନଙ୍କ କଥା ସବୁବେଳେ ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ । ଏଥିସହ ଯେ କୌଣସି ପରିସ୍ଥିତିରେ ବି ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫ୍ରେ ବାଲାନ୍ସ ରଖିବାକୁ ଉଚିତ ମନେ କରନ୍ତି ସୁଜେନ। ତାଙ୍କ ମତରେ ଏଥିରେ ଯଦି ଜଣେ ସକ୍ଷମ ହୋଇ ପାରେନି ତେବେ ସେ ନିଜ ଜୀବନର ଦୌଡରେ ମଧ୍ୟ ପଛରେ ପଡିଯାଏ ।

ଛାଡ଼ପତ୍ର ପରେ ସେ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡିଥିଲେ। ହେଲେ ଉକ୍ତ ସମୟରେ ତାଙ୍କ ମା’ ଜରୀନ, ୨ ଭଉଣୀ ଫରହା ଖାନ ଅଲ୍ଲୀ, ଓ ସିମୋନ ଅରୋଡା ତାଙ୍କ ଜୀବନର ଗତିପଥକୁ ସଜାଡିବାରେ ବହୁତ ସାହାଯ୍ୟ କରିଥିବା କହିଛନ୍ତି ସୁଜେନ। ଇଣ୍ଟେରିଅର ଡିଜାଇନର ହିସାବରେ ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ ପାଇଥିବା ସଫଳତାକୁ ନେଇ ସେ ବେଶ ଖୁସି ଥିବା କହିଛନ୍ତି ସୁଜେନ।
from Odisha Reporter https://ift.tt/2F1LP9y
No comments:
Post a Comment