ପ୍ଲାଷ୍ଟିକ୍‌ର ହେବ ପୁନଃବ୍ୟବହାର: ତିଆରି ହେବ ପେଟ୍ରୋଲ୍‌, ଡିଜେଲ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ପ୍ଲାଷ୍ଟିକ୍‌ର ହେବ ପୁନଃବ୍ୟବହାର: ତିଆରି ହେବ ପେଟ୍ରୋଲ୍‌, ଡିଜେଲ୍‌!

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ପ୍ଲାଷ୍ଟିକ୍‌। ଏଥିପାଇଁ ସରକାର ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି।  ତଥାପି କିଛି ଲୋକ ଅଛନ୍ତି ଏବେବି ପ୍ଲାଷ୍ଟିକ୍‌ ବ୍ୟବହାର କରୁଛନ୍ତି ଏବଂ କିଛି ବ୍ୟବସାୟୀ ମଧ୍ୟ ସାମଗ୍ରୀ ଦେବା ପାଇଁ ପାଖରେ ପଲିଥିନ୍‌ ରଖୁଛନ୍ତି ଯାହା ଫଳରେ ପଲିଥିନ ବନ୍ଦ ଅଭିଯାନ ସମ୍ପୂର୍ଣ୍ଣ ସଫଳ ହୋଇ ପାରୁନି। ତେବେ ଏହି ସମୟରେ ପ୍ଲାଷ୍ଟିକ୍‌ର ପୁନଃବ୍ୟବହାର କରିବା ନେଇ ଚିନ୍ତା  କରାଯାଉଛି। ଫ୍ରାନ୍ସର ଜଣେ ଆବିଷ୍କାରକ କ୍ରିଷ୍ଟୋଫର୍‌ କସ୍‌ଟେସ୍‌ ଏମିତି କିଛି ଚମତ୍କାର କରିଛନ୍ତି। ବ୍ୟବହାର ହୋଇ ସାରିଥିବା ପ୍ଲାଷ୍ଟିକ୍‌କୁ ପୁନଃ ବ୍ୟବହାର କରି ସେଥିରୁ ପେଟ୍ରୋଲ ଏବଂ ଡିଜେଲ ବାହାର କରି ପାରୁଛନ୍ତି। ଏଥିପାଇଁ ସେ ଏକ ମେସିନ୍‌ ମଧ୍ୟ ତିଆରି କରିଛନ୍ତି।

ଫ୍ରାନ୍ସରେ ରହୁଥିବା କ୍ରିଷ୍ଟୋଫର୍‌ଙ୍କ କହିବା ଅନୁଯାୟୀ, ଏହି ମେସିନ୍‌  ଅଧିକ ପରିମାଣର ପ୍ଲାଷ୍ଟିକ୍‌କୁ ତରଳ ଇନ୍ଧନରେ ପରିବର୍ତ୍ତନ କରି ପାରିବ। ପ୍ଲାଷ୍ଟିକ୍‌କୁ ମେସିନ୍‌ ଭିତରେ ରଖା ଯାଇ ତାହାକୁ ଅଧିକ ତାପମାତ୍ରାରେ ତରଳାଇ ଦିଆଯିବ। ତରଳିବା ପରେ ସେଥିରୁ ୬୫ପ୍ରତିଶତ ଡିଜେଲ ବାହାରିବ, ଯାହାକୁ ଜେନେରେଟର ଏବଂ ଡଙ୍ଗାରେ ବ୍ୟବହାର କରାଯାଉଥିବା ମୋଟରକୁ ଚଲାଇବାରେ ବ୍ୟବହାର କରାଯାଇ ପାରିବ। ଏଥିସହ ୧୮ପ୍ରତିଶତ ପେଟ୍ରୋଲ ବାହାରିବ ଯାହା  ଲଣ୍ଠନ ଜଳାଇବାରେ ବ୍ୟବହାର କରାଯାଇ ପାରିବ। ଏହି ତରଳାଇବାର ପ୍ରକ୍ରିୟାକୁ ପାଇରୋଲାଇଜିଙ୍ଗ୍‌ର ନାଁ ଦିଆଯାଇଛି। ପାଇରୋଲାଇଜିଙ୍ଗ୍‌ ପ୍ରକ୍ରିୟାରେ ପ୍ଲାଷ୍ଟିକ୍‌କୁ ହାଇଡ୍ରୋକାର୍ବନରେ ପରିବର୍ତ୍ତନ କରାଯାଇଥାଏ। ଏହାପରେ ତାହା ଡିଷ୍ଟିଲେସନ ଟାଓ୍ଵାରକୁ ଯିବା ସହ ପେଟ୍ରୋଲ ଏବଂ ଡିଜେଲ ଅଲଗା ହୋଇ ଯାଇଥାଏ। ମେସିନ ଦ୍ୱାରା ଗୋଟେ କିଲୋ ପ୍ଲାଷ୍ଟିକ୍‌ରୁ ଗୋଟେ ଲିଟର ଡିଜେଲ ଏବଂ ପେଟ୍ରୋଲ ବାହାରି ପାରିବ ବୋଲି ଦାବି କରିଛନ୍ତି କ୍ରିଷ୍ଟୋଫର୍‌।

 



from Odisha Reporter https://ift.tt/2XQmg2D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages