‘ବିଜୟ ସଂକଳ୍ପ ଅଭିଯାନ’ ବନାମ ‘ହକ୍‌ ମାଗୁଛି ଓଡ଼ିଶା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

‘ବିଜୟ ସଂକଳ୍ପ ଅଭିଯାନ’ ବନାମ ‘ହକ୍‌ ମାଗୁଛି ଓଡ଼ିଶା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ବିଜେଡିର ‘ହକ୍ ମାଗୁଛି ଓଡ଼ିଶା’ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଲଗାତର ଭାବେ ବୈମାତୃକ ମନୋଭାବ ରଖି ଅବହେଳା କରୁଥିବା ଅଭିଯୋଗ କରି ଆଜି ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି।

ବିଜେଡି ଅଭିଯୋଗ କରିଛି, ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରିବା ବିଜେପିର ୨୦୧୪ ସାଧାରଣ ନିର୍ବାଚନ ଇସ୍ତାହାରରେ ପ୍ରଥମ ଏଜେଣ୍ଡା ଥିଲା। କିନ୍ତୁ କ୍ଷମତା ପାଇବା ପରେ ବିଜେପି ତାହା ଭୁଲି ଯାଇଛି।

ସେହିପରି ବାର୍ଷିକ ୨ କୋଟି ନିଯୁକ୍ତି ସୃଷ୍ଟିର ପ୍ରତିଶ୍ରୁତି ମଧ୍ୟ ପୂରଣ କରିପାରି ନାହାନ୍ତି କେନ୍ଦ୍ର ସରକାର। ଏଥିସହ କୋଇଲା ରୟାଲିଟି ସଂଶୋଧନ, ମହାନଦୀ ପ୍ରସଙ୍ଗ, ଏମ୍‌ଏସ୍‌ପି, ଉଜ୍ଜ୍ୱଳା ଯୋଜନା, ବ୍ୟାଙ୍କ୍‌ ସେବା ଆଦି ପ୍ରସଙ୍ଗରେ ମଧ୍ୟ ବିଜେଡି ବିଜେପିକୁ ଟାର୍ଗେଟ କରିଛି।

ଅନ୍ୟପକ୍ଷେ ଗତକାଲି ଠାରୁ ଆରମ୍ଭ ହୋଇଥିବା ବିଜେପିର ‘ବିଜୟ ସଂକଳ୍ପ ଅଭିଯାନ’ ଜାରି ରହିଛି। ‘ନବୀନ ସରକାର ବଦଳିବା ଦରକାର’ ଏବଂ ‘ମୋଦି ସରକାର ଆସିବା ଦରକାର’ ଆଦି ଦୁଇଟି ନିର୍ଣ୍ଣାୟକ ପ୍ରସଙ୍ଗ ଧରି ବିଜେପି ଲୋକଙ୍କ ପାଖକୁ ଯାଉଛି। ଏହି କ୍ରମରେ ଆଜି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ନୂଆପଡ଼ା ଜିଲ୍ଲାର ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି।

ଆଜି ସେ ଭାଲେଶ୍ୱର, ବେଲଟୁକୁରୀ, କାଦୋମେରୀ, ବିସୋରା, ପାରକୋଦ୍, ଭଇଁଷାଟାଲ, ବୁଢ଼ିପାଲି ଏବଂ ଡୁମେରପାନୀକୁ ଯାଇ ଅଭିଯାନ ଜାରି ରଖିଛନ୍ତି।

ବିଜୟ ସଙ୍କଳ୍ପ ଅଭିଯାନ ଜରିଆରେ ଆସନ୍ତା ୧୭ ତାରିଖ ଭିତରେ ୫ ହଜାରରୁ ଅଧିକ ସଭା ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି ଦଳ।



from Odisha Reporter https://ift.tt/2SZEgE9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages