ଇଣ୍ଡିଆ ଓପନ୍: ଫାଇନାଲରେ ଶ୍ରୀକାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ଇଣ୍ଡିଆ ଓପନ୍: ଫାଇନାଲରେ ଶ୍ରୀକାନ୍ତ

ନୂଆଦିଲ୍ଲୀ: ପୂର୍ବତନ ଚାମ୍ପିଅନ୍ ଓ ବିଶ୍ୱର ୭ ନମ୍ବର ଖେଳାଳି କିଦାମ୍ବୀ ଶ୍ରୀକାନ୍ତ ଚୀନର ହୁଆଙ୍ଗ ୟୁଶିଆଙ୍ଗଙ୍କୁ ହରାଇ ଚଳିତ ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଖେଳାଯାଇଥିବା ସେମିଫାଇନାଲରେ ଶ୍ରୀକାନ୍ତ ୧୬-୨୧, ୨୧-୧୪, ୨୧-୧୯ ଗେମରେ ହୁଆଙ୍ଗଙ୍କୁ ପରାସ୍ତ କରିଛନ୍ତି।

ଏଥିସହ ଶ୍ରୀକାନ୍ତ ଦୀର୍ଘ ୧୭ମାସ ପରେ ସୁପର ସିରିଜ୍ ଫାଇନାଲରେ ପ୍ରବେଶ କରିଛନ୍ତି। ଅକ୍ଟୋବର ୨୦୧୭ରେ ଶ୍ରୀକାନ୍ତ ଫ୍ରେଞ୍ଚ ଓପନ୍ ଟାଇଟଲ ଜିତିଥିଲେ। ଏହାଛଡ଼ା ଗତବର୍ଷ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଶ୍ରୀକାନ୍ତ ଫାଇନାଲରେ ପହଞ୍ଚିଥିଲେ।

ମ୍ୟାଚ ପରେ ଶ୍ରୀକାନ୍ତ କହିଥିଲେ, ଏହି ମ୍ୟାଚରେ ମୁଁ ଅନେକ ଭୁଲ କରିଥିଲି। ତୃତୀୟ ଗେମରେ ମୁଁ ଆଗୁଆ ଥିଲି, କିନ୍ତୁ କିଛି ଭୁଲ ଯୋଗୁ ମୁଁ ହୁଆଙ୍ଗଙ୍କୁ ଆଗକୁ ବଢ଼ିବାରେ ସହାୟତା କରିଥିଲି। କିନ୍ତୁ ଶେଷରେ ବିଜୟ ମୋତେ ମିଳିଥିବାରୁ ମୁଁ ବହୁତ ଖୁସି।’

ଏହି ମ୍ୟାଚରେ ଶ୍ରୀକାନ୍ତ ପ୍ରଥମ ଗେମରେ ୧୬-୨୧ରେ ହାରି ପଛୁଆ ରହିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଗେମରେ ସିନ୍ଧୁ ସଫଳତାପୂର୍ବକ ପ୍ରତ୍ୟାବର୍ତ୍ତନ କରି ବିଜୟୀ ହୋଇଥିଲେ। ଫାଇନାଲରେ ଶ୍ରୀକାନ୍ତଙ୍କ ସାମ୍ନା ଡେନମାର୍କର ଭିକ୍ଟର ଆକ୍ସେଲସେନଙ୍କ ସହ ହେବ।

ଆକ୍ସେଲସେନ୍ ସେମିରେ ଭାରତର ପରୁପଲ୍ଲୀ କଶ୍ୟପଙ୍କୁ ୨୧-୧୧, ୨୧-୧୭ ଗେମରେ ପରାସ୍ତ କରିଛନ୍ତି। ସେହିପରି ମହିଳା ସିଙ୍ଗଲ୍ସରେ ଭାରତର ଏକ ନମ୍ବର ଖେଳାଳି ପିଭି ସିନ୍ଧୁ ସେମିଫାଇନାଲରୁ ବିଦାୟ ନେଇଛନ୍ତି। ତାଙ୍କୁ ଚୀନର ହି ବିଙ୍ଗଜିଆଇ ୨୩-୨୧, ୨୧-୧୮ ଗେମରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି।



from Odisha Reporter https://ift.tt/2Ozv34C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages