
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ବିଜେପିରେ ନେତୃମଣ୍ଡଳୀଙ୍କ ଯୋଗଦାନ ଓଡ଼ିଶାରେ ଆସନ୍ନ ପରିବର୍ତ୍ତନର ବଡ଼ ସଙ୍କେତ ବୋଲି ରାଜ୍ୟ ବିଜେପି ମୁଖ୍ୟାଳୟରେ ଦଳ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ସାଂସଦ, ପୂର୍ବ ସାଂସଦଙ୍କ ସମେତ ବହୁ ବରିଷ୍ଠ ନେତାଙ୍କୁ ଦଳକୁ ସ୍ୱାଗତ କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମସ୍ତଙ୍କ ଯୋଗଦାନ ରାଜ୍ୟ ବିଜେପିକୁ ମଜଭୁତ୍ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ନେତୃତ୍ୱକୁ ସ୍ୱୀକାର କରି ଆଜି ଓଡ଼ିଶାର ବର୍ଷିୟାନ ରାଜନେତା ତଥା ସାଂସଦ ଅର୍ଜୁନ ଚରଣ ସେଠୀ ଏବଂ ତାଙ୍କ ସହ ଯୋଗଦେଇଥିବା ଭଦ୍ରକ ଜିଲ୍ଲାର ଅନେକ ରାଜନୈତିକ ନେତୃବୃନ୍ଦ ତଥା ପୂର୍ବତନ ବିଧାୟକ ମଧୂସୁଦନ ପାଣିଗ୍ରାହୀ, ପୂର୍ବତନ ବିଧାୟକ ପ୍ରଫୁଲ କୁମାର ଜେନା, ପ୍ରତାପ ଚନ୍ଦ୍ର ଧଳ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତିା
ସେହିପରି ଦଳରେ ଯୋଗଦେଇଥିବା ଓଡିଶାର ଜଣାଶୁଣା ସାମାଜିକ ନେତା ତଥା ପୂର୍ବତନ ସାଂସଦ ମୋହନ ଜେନା, ରଣପୁର ଅଞ୍ଚଳର ଦିବଂଗତ କମ୍ୟୁନିଷ୍ଟ ନେତା ରମେଶ ପଣ୍ଡାଙ୍କ ସୁପୂତ୍ର
ସିଦ୍ଧାର୍ଥ ପଣ୍ଡା, ଡ.ମମତା ମହାନ୍ତି ଓ ଅନେକ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତି ଦଳ ପାଇଁ ସହାୟକ ହେବା ସହ ଶକ୍ତି ବଢ଼ାଇବ ବୋଲି ସେ କହିଛନ୍ତି।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆଜି ଦଳରେ ଯୋଗଦେଇଥିବା ଅର୍ଜୁନ ସେଠୀ କେବଳ ଜଣେ ରାଜନୈତିକ ବ୍ୟକ୍ତିତ୍ୱ ନୁହନ୍ତି, ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସେ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ଭଦ୍ରକରେ ଲମ୍ବା ସମୟ ଧରି ଜନପ୍ରତିନିଧିତ୍ୱ କରିଥିବା ଶ୍ରୀ ସେଠୀ ଆଜି ଯେଉଁ ରାଜନୈତିକ ପଦକ୍ଷେପ ନେଲେ, ତାହା ଓଡ଼ିଶାର ନୂଆ ରାଜନୈତିକ ସମୀକରଣର ବହୁତ ବଡ଼ ସଙ୍କେତ। ଆଗାମୀ ନିର୍ବାଚନୀ ସମରରେ ଆଗକୁ କଣ ହେବ, ତା’ର ଝଲକ୍ ଏବେଠୁ ଦେଖିବାକୁ ମିଳିଲାଣି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
from Odisha Reporter https://ift.tt/2FLzKp2
No comments:
Post a Comment