ଜେଇଆଇ କାର୍ଯ୍ୟକର୍ତ୍ତାଙ୍କ ସବୁ ସମ୍ପତ୍ତି ସିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ଜେଇଆଇ କାର୍ଯ୍ୟକର୍ତ୍ତାଙ୍କ ସବୁ ସମ୍ପତ୍ତି ସିଲ୍‌

ଶ୍ରୀନଗର: ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତି ଥିବାରୁ ଜମ୍ମୁ-କଶ୍କୀରରେ କାର୍ଯ୍ୟକ୍ଷମ ଜାମାତ-ଇ-ଇସଲାମୀ(ଜେଇଆଇ)କୁ ସରକାର ଅସିଦ୍ଧ ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜେଇଆଇ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇଛି। ଉପତ୍ୟକାରେ କାର୍ଯ୍ୟରତ ଜେଇଆଇର ଥିବା ସମସ୍ତ କର୍ମକର୍ତ୍ତା ଓ ନେତାଙ୍କ ବିଭିନ୍ନ ଠକଣାରେ ଚଢ଼ଉ କରାଯାଇ ସେମାନଙ୍କ ସମ୍ପତ୍ତି ସିଲ୍‌ କରାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜେଇଆଇର ସମସ୍ତ ଅନୁଷ୍ଠାନ ଓ ସମ୍ପତ୍ତିକୁ ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏଥିସହ ଜେଇଆଇର ସମସ୍ତ ଆକାଉଣ୍ଟଙ୍କୁ ମଧ୍ୟ ଫ୍ରିଜ୍‌ କରାଯାଇଥିଲା। ଏହି ଆକାଉଣ୍ଟଗୁଡ଼ିକରେ ୫୭ ଲକ୍ଷରୁ ଅଧିକ ଟଙ୍କା ଥିବା ଜଣାପଡ଼ିଛି। ପୁଲିସ୍‌ ଜେଇଆଇର ୨୦୦ରୁ ଅଧିକ କର୍ମକର୍ତ୍ତାଙ୍କୁ ମଧ୍ୟ ଗିରଫ କରିଛି।

ଅନ୍ୟପକ୍ଷରେ ଜେଇଆଇ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବିରୋଧ କରିଛନ୍ତି। ସେହପରି ଶହଶହ ଲୋକ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ମଧ୍ୟ କରିଛନ୍ତି।



from Odisha Reporter https://ift.tt/2VvhpBR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages