
ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଲା ସୀତାରମଣ ଆଜି ଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଭେଟିଛନ୍ତି। ପାକିସ୍ତାନରୁ ଫେରିବା ପରେ ଅଭିନନ୍ଦନ ଗତକାଲିଠାରୁ ଏହି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ରକ୍ଷାମନ୍ତ୍ରୀ ପାଇଲଟଙ୍କୁ ଏହି ଅବସରରେ କହିଥିଲେ, ତାଙ୍କ ସାହସ ଏବଂ ସଂକଳ୍ପବଦ୍ଧତା ପାଇଁ ସମଗ୍ର ଦେଶ ଗର୍ବିତ।
ଏହି ଅବସରରେ ଅଭିନନ୍ଦନ ପାକିସ୍ତାନରେ ବିତାଇଥିବା ୬୦ ଘଣ୍ଟାର ବନ୍ଦୀଜୀବନ ବାବଦରେ ମତ ରଖିଥିଲେ। ଉଭୟ ଆଲୋଚନା କରୁଥିବାର ଏକ ଫଟୋ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତ କାଲି ପାକିସ୍ତାନରୁ ଆସିବା ସମୟରେ ନୀଳ ବ୍ଲେଜର ଏବଂ ଧଳା ଶାର୍ଟ ପିନ୍ଧିଥିବା ପାଇଲଟ ଅଭିନନ୍ଦନ ଆଜି ହସ୍ପିଟାଲରେ ୟୁନିଫର୍ମରେ ଥିଲେ।
ସେ ବର୍ତ୍ତମାନ ଦିଲ୍ଲୀଠାରେ ୩ ସେବାର ପାଇଲଟଙ୍କ ପାଇଁ ଉଦ୍ଦିଷ୍ଟ ଏୟାର ଫୋର୍ସ ସେଣ୍ଟ୍ରାଲ ମେଡିକାଲ ଏଷ୍ଟାବ୍ଲିଶମେଣ୍ଟରେ ଅଛନ୍ତି। ଆସନ୍ତା ରବିବାର ଯାଏ ତାଙ୍କର ଟେଷ୍ଟ ଚାଲୁ ରହିବ। ଏହା ସରିବା ପରେ ତାଙ୍କୁ ବାୟୁସେନା ପକ୍ଷରୁ ପଚରାଉଚରା କରାଯିବାର ଅଛି।
ଆଜି ସକାଳେ କିଛି ସେନା ଅଧିକାରୀ ଏବଂ ତାଙ୍କ ବାପାମା ଅଭିନନ୍ଦନଙ୍କୁ ଭେଟିଥିଲେ।
from Odisha Reporter https://ift.tt/2NADlc7
No comments:
Post a Comment