ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ନବୀନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ନବୀନ!

naveen

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ନବୀନ ପଟ୍ଟନାୟକ। ଏମିତି ଏକ ଖବର ଆସି ପହଞ୍ଚିବା ପରେ ଏହାକୁ ନେଇ ଜୋର ଚର୍ଚ୍ଚା ଚାଲିଛି।

ଏହି ଖବର ଉପରେ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବା ପାଇଁ ସେଠାକାର ନେତାମାନେ ମୋତେ ଅନୁରୋଧ କରିଥିଲେ। ସେମାନଙ୍କ ପ୍ରସ୍ତାବକୁ ମୁଁ ଗୁରୁତ୍ୱର ସହିତ ବିଚାର କରୁଛି।”

ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାର ସମସ୍ତ ଦଳୀୟ ସାଂସଦ, ବିଧାୟକ ଓ ନେତାଙ୍କ ସହ ଅନେକ ଚାଷୀ, ବୁଦ୍ଧିଜୀବୀ, ସାହିତ୍ୟିକ ଓ ସାମ୍ବାଦିକ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି।

ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶାରୁ ଯେକୌଣସି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ନ୍ତୁ ବୋଲି ଦଳୀୟ ନେତାମାନେ ଅନୁରୋଧ କରିଛନ୍ତି। କୁହାଯାଉଛି ସେ ବିଜେପୁର, ଟିଟିଲାଗଡ଼, ବରଗଡ଼ ବା ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଛିଡ଼ା ହୋଇପାରନ୍ତି।

ସୂଚନାଯୋଗ୍ୟ, ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ଲଗାତାର ଭାବେ ପ୍ରାର୍ଥୀ ହୋଇ ଆସୁଛନ୍ତି।



from Odisha Reporter https://ift.tt/2UDXW1S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages