ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦରୁ କୁସୁମ ଟେଟେଙ୍କ ଇସ୍ତଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦରୁ କୁସୁମ ଟେଟେଙ୍କ ଇସ୍ତଫା

kusum1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ। ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଏହି ପଦ ଛାଡ଼ୁଥିବା ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି।

ଗତ ମାସରେ କଂଗ୍ରେସର ପୂର୍ବତନ ବିଧାୟକ ଯୋଗେଶ ସିଂହ ବିଜେଡିରେ ଯୋଗ ଦେବା ପୂର୍ବରୁ କୁସୁମ ଟେଟେଙ୍କୁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କରାଯାଇଥିଲା। ଯୋଗେଶଙ୍କ ଏଣ୍ଟ୍ରିକୁ କୁସୁମ ଓ ତାଙ୍କ ସମର୍ଥକ ବିରୋଧ କରୁଥିଲେ। ତେଣୁ ତାଙ୍କୁ ସନ୍ତୁଷ୍ଟ କରିବାକୁ ଏହି ପଦ ଦିଆଯାଇଥିଲା।

ଏହି ପଦରୁ ଇସ୍ତଫା ଦେବା ପରେ କୁସୁମ କହିଛନ୍ତି ଯେ ସେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ସେ ବିଧାୟକ ନ ହୋଇ ମଧ୍ୟ ତାଙ୍କ ଅଞ୍ଚଳରେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି, ତାକୁ ଦେଖି ସ୍ଥାନୀୟ ଲୋକେ ତାଙ୍କୁ ନିର୍ବାଚନ ଲଢ଼ିବାକୁ କହୁଛନ୍ତି।

ସୁନ୍ଦରଗଡ଼ର ଏହି ନେତ୍ରୀ ଆହୁରି କହିଛନ୍ତି ଯେ ସେ ବିଜେଡି ଛାଡ଼ି ଯିବେ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ତାଙ୍କର ବିଶ୍ୱାସ ରହିଛି। ବିଜେଡି ଟିକେଟ୍‌ରେ ସେ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ବୋଲି କହିଛନ୍ତି।

କୁସୁମଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ବିଜେଡି ତାଙ୍କୁ ଟିକେଟ୍ ଦେବ ବୋଲି ଗ୍ରୀନ୍ ସିଗ୍‌ନାଲ୍ ପାଇଛି।

ଏବେ ପ୍ରଶ୍ନ ଉଠୁଛି, ଯଦି ସତରେ କୁସୁମ ଟିକେଟ୍ ପାଇବା ପାଇଁ ଗ୍ରୀନ୍‌ ସିଗ୍‌ନାଲ୍ ପାଇଛନ୍ତି, ତା’ହେଲେ ଯୋଗେଶ ସିଂହଙ୍କର କ’ଣ ହେବ? ସେ ବିଜେଡି ଟିକେଟ୍‌ରେ ସୁନ୍ଦରଗଡ଼ ଆସନରୁ ଲଢ଼ିବେ ବୋଲି ଆଶା ବାନ୍ଧି ରହିଛନ୍ତି। ସେଥିପାଇଁ ତ ସେ ବିଜେଡିରେ ମିଶିଥିଲେ।

ଯୋଗେଶଙ୍କ ସଂପର୍କରେ ପଚରାଯିବାରୁ କୁସୁମ କହିଛନ୍ତି ଯେ ସେ ସଂପର୍କରେ ଦଳର ସୁପ୍ରିମୋ ନିଷ୍ପତ୍ତି ନେବେ।

ସୂଚନାଯୋଗ୍ୟ, ୨୦୧୪ରେ କୁସୁମ ଟେଟେ ବିଜେଡି ଟିକେଟ୍‌ରେ ସୁନ୍ଦରଗଡ଼ରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଓ ହାରି ଯାଇଥିଲେ।



from Odisha Reporter https://ift.tt/2CoYSjz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages