ଦ୍ୱିତୀୟ ଜମ୍ମୁ ଓ କଶ୍ମୀର ଖେଳାଳି ଭାବେ ଆଇପିଏଲରେ ଡେବ୍ୟୁ କଲେ ରସିକ ସଲାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ଦ୍ୱିତୀୟ ଜମ୍ମୁ ଓ କଶ୍ମୀର ଖେଳାଳି ଭାବେ ଆଇପିଏଲରେ ଡେବ୍ୟୁ କଲେ ରସିକ ସଲାମ

ମୁମ୍ବାଇ: ଡାହାଣହାତୀ ଯୁବ ପେସ ବୋଲର ରସିକ ସଲାମ ଦ୍ୱିତୀୟ ଜମ୍ମୁ ଓ କଶ୍ମୀର ଖେଳାଳିସ ଭାବେ ଆଇପିଏଲରେ ଡେବ୍ୟୁ କରିଛନ୍ତି। ୧୭ ବର୍ଷୀୟ ରସିକ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ଭାରତର ପୂର୍ବତନ ପେସର ଜାହିର ଖାନ୍ ତାଙ୍କୁ ଡେବ୍ୟୁ କ୍ୟାପ ପ୍ରଦାନ କରିଛନ୍ତି।

ସେ ମଧ୍ୟ ସବୁଠାରୁ କନିଷ୍ଠ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ ପଦାର୍ପଣ କରିଛନ୍ତି। କୁଲଗାମ ଜିଲ୍ଲାରୁ ଆସିଥିବା ଏହି ଯୁବ ବୋଲର ଜଣକୁ ୨୦ ଲକ୍ଷ ଟଙ୍କାରେ ମୁମ୍ବାଇ କିଣିଥିଲା। ଏହା ପୂର୍ବରୁ ସ୍ପିନର ପରଭେଜ ରସୁଲ ପ୍ରଥମ ଜମ୍ମୁ ଓ କଶ୍ମୀର ଖେଳାଳି ଭାବେ ଆଇପିଏଲ ଖେଳିବାକୁ ସୁଯୋଗ ପାଇଥିଲେ।

ସେ ଆଇପିଏଲରେ ଦୁଇଟି ଟିମ ଯଥା ପୁଣେ ୱାରିୟର୍ସ ଇଣ୍ଡିଆ ଓ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଛନ୍ତି। ଜମ୍ମୁ ଓ କଶ୍ମୀର ଆଉ ଜଣେ ଖେଳାଳି ମନଜୁର ଦାରଙ୍କୁ ଗତ ସଂସ୍କରଣରେ କିଙ୍ଗସ ଇଲେଭେନ ପଞ୍ଜାବ କିଣିଥିଲା, କିନ୍ତୁ ତାଙ୍କୁ ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା।



from Odisha Reporter https://ift.tt/2FuVEwI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages