
ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଅପରେସନ ଥିଏଟରରେ ହୋଇଥିବା ଅଗ୍ନିକାଣ୍ଡ ନିୟନ୍ତ୍ରଣାଧୀନ ହୋଇଛି। ତେବେ ଏଥିରେ କାହାରି କୌଣସି କ୍ଷତି ହୋଇନଥିବାର ଜଣାପଡ଼ିଛି। ତେବେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅପରେସନ ଚାଲିଥିବା ରୁମ ଗୁଡ଼ିକରେ ଧୂଆଁ ଭର୍ତ୍ତି ହୋଇଯାଇଥିବାରୁ ରୋଗୀଙ୍କୁ ଅନ୍ୟ ସ୍ଥାନରେ ଚିକିତ୍ସା କରାଯାଉଛି।
ନିଆଁ ଲାଗିବା ପରେ ୪ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତେବେ କିପରି ନିଆଁ ଲାଗିଥିଲା ଏ ନେଇ ସୂଚନା ମିଳିନଥିବାବେଳେ ଏମ୍ସ ପ୍ରଶାସନ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟ ଅଗ୍ନିଶମ ଅଧିକାରୀ ଅତୁଲ ଗର୍ଗ ଗଣମାଧ୍ୟମକୁ କହିଛନ୍ତି ଏମ୍ସର ଟ୍ରମା ସେଣ୍ଟର ନିକଟରେ ସନ୍ଧ୍ୟା ୬ଟା ୧୨ ନିଆଁ ଲାଗିଥିଲା। ତେବେ ନିଆଁ ସମ୍ପୁର୍ଣ୍ଣ ନିୟନ୍ତ୍ରଣାଧୀନ କରାଯାଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।
from Odisha Reporter https://ift.tt/2FojV6E
No comments:
Post a Comment