
ଲକ୍ଷ୍ନୌ: ପୁଲିସ୍ ବାବୁମାନଙ୍କ ଉପସ୍ଥିତ ବୁଦ୍ଧି ଓ ମହତପଣିଆ ଯୋଗୁ ଉତ୍ତର ପ୍ରଦେଶରେ ୩ ଜଣଙ୍କ ଜୀବନ ରକ୍ଷା ପାଇଯାଇଛି। ଉତ୍ତର ପ୍ରଦେଶର ଇଟାୱା ଠାରେ ଗୋଟିଏ ପରିବାର ବାଇକ୍ରେ ଯାଉଥିବା ବେଳେ ସେମାନଙ୍କ ବାଇକ୍ରେ ନିଆଁ ଲାଗିଯାଇଥିଲା।
କିନ୍ତୁ ସେମାନେ ଏହା ଜାଣିପାରି ନଥିଲେ। କିନ୍ତୁ ରାସ୍ତାରେ ଡ୍ୟୁଟି କରୁଥିବା ପୁଲିସ୍ ଭ୍ୟାନ୍ରେ ଥିବା କର୍ମଚାରୀ ଏହାକୁ ଦେଖି ପାରିଥିଲେ। ସେମାନେ ଜାତୀୟ ରାଜପଥରେ ସମ୍ପୃକ୍ତ ବାଇକକୁ ଗୋଡ଼ାଇ ଚାଳକଙ୍କୁ ସତର୍କ କରାଇବାକୁ ଚେଷ୍ଟା କରିଥିଲେ।
ବାଇକ ଚାଳକ ପୁଲିସ ଭ୍ୟାନ୍ର ସାଇରନ୍ ଶୁଣି ଅଟକି ଥିଲେ। ଏହା ପରେ ପୁଲିସ୍ ସମସ୍ତଙ୍କୁ ଜଳନ୍ତା ଗାଡ଼ିରୁ ଓହ୍ଲାଇବା ସହ ନିଆଁକୁ ଆୟତ୍ତ କରିଥିଲା। ଏହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
#इटावा-PRV1617 आज 108 km से 112 की तरफ जा रही थी तभी एक बाइक सवार ने तेजी से क्रॉस किया जिसके पीछे बंधे बैग में आग लगी दिखाई दी जो तेजी से बढ़ रही थी,बिना कोई देर किए उस बाइक का 4 km पीछाकर रुकवा,बाइक सवार दंपत्ति को नीचे उतारकर आग बुझाया @Uppolice @UPGovt #SaveLife #HappyToServe pic.twitter.com/T2d6JiVGk7
— UP100 (@up100) April 14, 2019
from Odisha Reporter http://bit.ly/2IjjIW9
No comments:
Post a Comment