ପ୍ରଚାର ବେଳେ ଜିଲାପି ଛାଣିଲେ କଂଗ୍ରେସ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

ପ୍ରଚାର ବେଳେ ଜିଲାପି ଛାଣିଲେ କଂଗ୍ରେସ ନେତା

କୁଶୀନଗର: ସାରା ଦେଶରେ ଏବେ ସାଧାରଣ ନିର୍ବାଚନକୁ ନେଇ ରାଜନୀତି ଉଷ୍ମତା ଦେଖିବାକୁ ମିଳୁଛି। ରାଜ୍ୟ ହେଉ କିମ୍ବା ଦେଶ, ସବୁଠି ଏବେ ରାଜନୀତିର ରଙ୍ଗ। ଆଉ ନିର୍ବାଚନରେ ଜିତାପଟ କରିବା ପାଇଁ ନେତାମାନେ ସମସ୍ତ ପ୍ରକାର ଉଦ୍ୟମ କରି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ଭୋଟ୍‌ ହାତେଇବା ପାଇଁ ପ୍ରାର୍ଥୀମାନେ ଅଜବ ଅଜବ ଢଙ୍ଗରେ ପ୍ରଚାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। କେଉଁଠି କିଏ ହ୍ୱିସିଲ୍ ମାରି ପ୍ରଚାର କରୁଛି ତ କିଏ ଘର ଘର ବୁଲି ଲୋକଙ୍କୁ ସରକାରଙ୍କ ଯୋଜନା ଓ ଦୁର୍ବଳତା ବିଷୟରେ ଅବଗତ କରାଉଛନ୍ତି। କିଏ କାହା ଘରେ ସକାଳ ଜଳଖିଆ ଖଲାଣି ତ ପୁଣି କିଏ ଗାଁ ପୋଖରୀରେ ଡୁବ୍‌କି ମାରି ପ୍ରଚାର କରୁଛନ୍ତି।

କିନ୍ତୁ ଏସବୁ ମଧ୍ୟରେ ଉତ୍ତରପ୍ରଦେଶର କୁଶୀନଗରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏହି ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରତନଜିତ୍‌ ପ୍ରତାପ ନାରାୟଣ ସିଂହ ଶନିବାର ନିଜର ପ୍ରଚାର ଆରମ୍ଭ କରିଥିଲେ। ଏହି କ୍ରମରେ କୁଶୀନଗରର ହୋରଲାପୁର ଗ୍ରାମରେ ପହଞ୍ଚି ଆରପିଏନ୍‌ ସିଂହ ଲୋକଙ୍କ ସହିତ ମିଶିବା ସହିତ ଠେଲା ଗାଡ଼ିରେ ଜିଲାପି ଓ ପକୁଡ଼ି ଛାଣିଥିଲେ। ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି। ଏହି ଭିଡିଓ ଭାଇରାଲ୍‌ ହେବା ପରେ ସୋଶାଲ ମିଡିଆରେ ୟୁଜର ମାନେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟ ରଖିଛନ୍ତି। କିଛି ୟୁଜର ଏହାକୁ ସମର୍ଥନ କରିବା ସହିତ ଅନ୍ୟ କିଛି ଏହାକୁ ଦେଖି ସମାଲୋଚନା କରିଛନ୍ତି।

୨୦୧୪ ସାଧାରଣ ନିର୍ବାଚନରେ ମୋଦି ଲହରୀ ଯୋଗୁ କୁଶୀନଗର ଆସନକୁ ହାତେଇବାରେ ଅସଫଳ ହୋଇଥିଲେ ଆର୍‌ପିଏନ୍‌ ସିଂହ। ସେ ପୁଣି ଥରେ ଏହି ଆସନକୁ ଅକ୍ତିଆର କରିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ୟୁପିଏ ସରକାରଙ୍କ ଅମଳରେ ରାଷ୍ଟ୍ରମନ୍ତ୍ରୀ ଥିବା ଆରପିଏନ୍‌ ସିଂହ ପଡରୌନା ଆସନରୁ ୩ ଥର କଂଗ୍ରେସ ବିଧାୟକ ରହି ସାରିଛନ୍ତି।



from Odisha Reporter http://bit.ly/2Xby0LV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages