ପୁତ୍ର ସନ୍ତାନ ଜନ୍ମ କଲା ନାବାଳିକା, ପ୍ରସବ ଯନ୍ତ୍ରଣା ବେଳେ କେହି ହେଲେନି ସାହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ପୁତ୍ର ସନ୍ତାନ ଜନ୍ମ କଲା ନାବାଳିକା, ପ୍ରସବ ଯନ୍ତ୍ରଣା ବେଳେ କେହି ହେଲେନି ସାହା

ବାରିପଦା/କରଞ୍ଜିଆ(ମାଣିକଲାଲ୍‌ ପାଣି/ସତ୍ୟବ୍ରତ ବେହେରା): ସଂସାର କଣ ଜାଣି ନାହାନ୍ତି। ତାହା ପରେ ବି ମୁଣ୍ଡ ଉପରେ ସଂସାରର ବୋଝ। ଦୁଷ୍କର୍ମରେ ଶିକାର ହୋଇ ନାବାଳିକା ମାଆ ହେଲେ। ନାବାଳିକାଙ୍କ ଏପରି ଦୁଃଖ ସମୟରେ ହାତ ଟେକିଦେଲେ ପ୍ରଶାସନିକ ଅଧିକାରୀ। ଏପରିକି ଆଶା ଓ ଅଙ୍ଗନବାଡ଼ି କର୍ମୀ ନାବାଳିକାଙ୍କୁ କୌଣସି ସହାୟତା ଦେଲେ ନାହିଁ। ଓଲଟା ସେମାନେ ନାବାଳିକାଙ୍କ ବାପାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

ପୂରା ଘଟଣା ଏମିତି। ଝିଅଟିର ନାଁ ଝୁମୁରୀ(ଛଦ୍ମନାମ)। ସପ୍ତମ ଶ୍ରେଣୀରେ ପାଠ ପଢ଼େ। ସେଦିନ ସନ୍ଧ୍ୟା ବେଳେ ଘରେ କେହି ନଥିଲେ। ଝୁମୁରୀ ଘର ଭିତରେ ପଢ଼ୁଥିଲେ। ଏହି ସମୟରେ ପଡ଼ୋଶୀ ଘରର ଜଣେ ଯୁବକ ଆସି ତାଙ୍କୁ ଦୁଷ୍କର୍ମ କରିଥିଲା। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା। ଭୟରେ ଝୁମୁରୀ ଘଟଣା ସମ୍ପର୍କରେ କାହାକୁ କିଛି କହିନଥିଲେ।

ହଠାତ ଝୁମୁରୀ ଅସୁସ୍ଥ ହେଲେ। ପରେ ଜଣାପଡ଼ିଲା ସେ ଦୁଇ ମାସର ଗର୍ଭବତୀ। ପରିବାର ଲୋକେ ଜାଣିପାରି ଥାନାରେ ଅଭିଯୋଗ କଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରି ଜେଲ୍‌ ପଠାଇ ଦେଲା। ଏବେ ଅଭିଯୁକ୍ତ ଯୁବକ ଜେଲ୍‌ରେ ରହିଛି।

ଝୁମୁରୀ ଗର୍ଭବତୀ ଥିବା ଘଟଣା ପ୍ରଘଟ ହେବା ପରେ ସେ ଆଉ ସ୍କୁଲ ଗଲାନାହିଁ। ଅନ୍ୟପକ୍ଷରେ ଫେରି ବ୍ୟବସାୟ କରି ପରିବାର ଭରଣ ପୋଷଣ କରୁଥିବା ବାପାଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା। ସବୁ ନିନ୍ଦା ଓ ଅପବାଦକୁ ମୁଣ୍ଡାଇ ନିଜ ଗର୍ଭବତୀ ଝିଅକୁ ପାଖରେ ରଖିଥିଲେ। ଘରେ ଖାଇବାକୁ ନଥିଲେ ମଧ୍ୟ ଝିଅର ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ। ହେଲେ ଅଙ୍ଗନବାଡି ଓ ଆଶା କର୍ମୀ କେହି ସହାୟତା ଦେଇନଥିଲେ।

ଝୁମୁରୀର ପିଲା ଜନ୍ମର ସମୟ ହେଲା। ହେଲେ ପାରିବାରିକ ସ୍ଥିତି ଭଲ ନଥିବାରୁ ମେଡିକାଲ୍‌ ନେଇ ଯାଇପାରୁନଥିଲେ। ଏ ସମ୍ପର୍କରେ ଖବର ପାଇ ଓଡ଼ିଶା ରିପୋର୍ଟର ପ୍ରତିନିଧି ଝୁମୁରୀଙ୍କ ଘରେ ପହଞ୍ଚିଥିଲା। ତା’ପୂର୍ବରୁ ସ୍ଥାନୀୟ ଆଶା କର୍ମୀ ଓ ଏଏନ୍‌ଏମ୍‌ ଦିଦି ଜାଣିପାରି ୧୦୮ ଆମ୍ୱୁଲାନ୍ସରେ ଝୁମୁରୀକୁ ତରବରିଆ ଭାବେ ଆଣି ବାରିପଦା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେ କେମିତି ଚିକିତ୍ସା ସେବା ପାଇବେ, ସେଥିପ୍ରତି ତିଳେ ମାତ୍ର ଧ୍ୟାନ ଦେଲେ ନାହିଁ। ବରଂ ଝିଅର ବାପାଙ୍କୁ ଆଶା ଦିଦି ଧମକ ଦେଲେ। କହିଲେ, କାହିଁକି ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଲ, ଆମେ ତୁମକୁ କୌଣସି ସାହାଯ୍ୟ କରିବୁ ନାହିଁ।

ଗଣମାଧ୍ୟମ ପ୍ରତିନିଧିମାନେ ଏ ସମ୍ପର୍କରେ ମେଡିକାଲ୍‌ର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ କହିଥିଲେ। ତାଗିଦ ପରେ ଆଶା କର୍ମୀ ସହାୟତାର ହାତ ବଢ଼ାଇଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସରକାରୀ ମେଡିକାଲ୍‌ରେ ମାଗଣା ପରୀକ୍ଷାର କରାଯିବାର ବ୍ୟବସ୍ଥା ଥିଲେ ମଧ୍ୟ ୪୦୦ ଟଙ୍କା ନେଇ ଝୁମୁରୀଙ୍କ ଅଲଟ୍ରାସାଉଣ୍ଡ କରାଯାଇଥିଲା।

ଚିକିତ୍ସା ପରେ ଝୁମୁରୀ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏବେ ସେ ରହିବ କେଉଁଠି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଝିଅ ଓ ନାତିକୁ ନେବା ପାଇଁ ଗାଁ ଲୋକେ ବାରଣ କରିଛନ୍ତି। ଅଭିଯୁକ୍ତ ପଡ଼ୋଶୀ ହୋଇଥିବାରୁ ମାମଲାକୁ ଆପୋସ ସମାଧାନ କରିବାକୁ ଝିଅର ବାପାଙ୍କ ଉପରେ ଚାପ ପଡ଼ୁଛି। ଯାହାକୁ ନେଇ ଝୁମୁରୀଙ୍କ ବାପା ଚିନ୍ତାରେ ଅଛନ୍ତି।



from Odisha Reporter https://ift.tt/2I3wSWg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages