କାହିଁକି ଅଶୋକଙ୍କୁ ମିଳିଲା ଟିକେଟ୍‌, ଆକାଶ କ’ଣ କଲେ କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

କାହିଁକି ଅଶୋକଙ୍କୁ ମିଳିଲା ଟିକେଟ୍‌, ଆକାଶ କ’ଣ କଲେ କି ?

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲାର ବାକି ଥିବା ବିଜେଡିର ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବତନ ଜିଲ୍ଲାପରିଷଦ ଉପଧ୍ୟକ୍ଷ ଅଶୋକ ବଳ ଏଥର ବିଜେଡିରୁ କୋରେଇ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଅଶୋକ ଜଣେ ଟାଣୁଆ ସଙ୍ଗଠକ ତଥା ବିଜେଡିର ଆଗ ଧାଡ଼ିର ନେତା ଭାବେ ଜିଲ୍ଲାରେ ପରିଚିତ।

ଗତଥର ସେ ବିଧାୟକ ପ୍ରାର୍ଥୀ ଭାବେ ଟିକଟ ଲବିରେ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଅଭିନେତା ଆକାଶଙ୍କୁ ଦଳୀୟ ଟିକଟ ଦିଆଯାଇଥିଲା। କୋଟି କୋଟି ଟଙ୍କାର କାମ ଆସିଲା। ହେଲେ ସବୁ କାର୍ଯ୍ୟରେ ଅନୀୟମିତତା ଅଭିଯୋଗ ହେଲା। ଛନ୍ଦି ହୋଇପଡିଲେ ଆକାଶ। ଶେଷରେ ଆକାଶଙ୍କ ପାଖରୁ କର୍ମୀଙ୍କ ସମର୍ଥନ ହ୍ରାସ ପାଇବାକୁ ଲାଗିଲା। ଏହାପରେ କୋରେଇ ବ୍ଲକ ଅଧକ୍ଷ ପଦ ମଧ୍ୟ କଂଗ୍ରେସ ହାତକୁ ଚାଲିଗଲା।

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ୟାସନଗର ମୁନିସିପାଲିଟିରେ ମଧ୍ୟ ପୌରାଧକ୍ଷା ପଦ ନେଇ ତିନି ତିନି ଥର ଅନାସ୍ଥା ଆସିଲା। ପୌରାଧକ୍ଷାଙ୍କୁ ଦଳ ବିରୋଧୀ କହି ନିଲମ୍ବନ କରାଗଲା। ରାଜନୀତିରେ ପରିପକ୍ୱ ହୋଇ ନ ଥିବା ଆକାଶଙ୍କୁ ଉପଦେଶ ଦେବାକୁ କେହି ଆଗେଇ ଆସିଲେ ନାହିଁ। ଏଣୁ ଆକାଶ ନିଜ ଜିଲ୍ଲାର କୌଣସି ନେତାଙ୍କୁ ନିଜ ଅଞ୍ଚଳରେ ମିଟିଂରେ ନ ଡାକି ପଡୋଶୀ ଜିଲ୍ଲା କେନ୍ଦୁଝରରୁ ବଦ୍ରୀ ପାତ୍ରଙ୍କୁ ଆଣି ନିଜ ଅଞ୍ଚଳରେ ବୁଲାଇଲେ। ଯାହାକି ତାଙ୍କୁ ନିଜ ଜିଲ୍ଲାର ନେତାଙ୍କଠାରୁ କୋଣଠେସା କରିଦେଲା।

ଏହାର ଫାଇଦା ଅଶୋକଙ୍କୁ ମିଳିଲା। ଅଶୋକ ବଳ ଜଣେ ଟାଣୁଆ ସଂଗଠକ, ବରିଷ୍ଠ ନେତା ତଥା କର୍ମୀମାନଙ୍କ ଦ୍ୱାରା ଆଦୃତ ନେତା ବୋଲି ହୃଦୟଙ୍ଗମ ହେବାରୁ ଶେଷରେ ଅଶୋକଙ୍କୁ ବିଜେଡି ଟିକେଟ ମିଳିଛି।



from Odisha Reporter https://ift.tt/2uHEjL2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages