ରାଫେଲ: ଜବାବ ଦାଖଲ ପାଇଁ ସମୟ ମାଗିଲା କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ରାଫେଲ: ଜବାବ ଦାଖଲ ପାଇଁ ସମୟ ମାଗିଲା କେନ୍ଦ୍ର

ନୂଆଦିଲ୍ଲୀ: “ରାଫେଲ ଯୁଦ୍ଧ ବିମାନ ଡିଲ୍‌ର ପୁନଃ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ତାରିଖ ପରିବର୍ତ୍ତନ କରନ୍ତୁ। ଏଥିସହ ରିଭ୍ୟୁ ପିଟିସନ୍‌ ଉପରେ ଶୁଣାଣି କରିବା ପୂର୍ବରୁ ସୁପ୍ରିମକୋର୍ଟ ଯେଉଁ ଜବାବ ଦାଖଲ ପାଇଁ କହିଥିଲେ, ସେଥିପାଇଁ ଆଉ କିଛି ସମୟ ଦରକାର।” ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏଭଳି ଅନୁରୋଧ କରାଯାଇଛି।

ରାଫେଲ ଡିଲ୍‌ର ପୁନଃ ବିଚାର ପାଇଁ ହୋଇଥିବା ଆବେଦନର ଶୁଣାଣି ଆସନ୍ତାକାଲି ହେବାର ଥିଲା। କିନ୍ତୁ ଏହାର ଦିନକ ପୂର୍ବରୁ କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ଶୁଣାଣିର ତାରିଖ ପରିବର୍ତ୍ତନ କରିବାକୁ କହିଛନ୍ତି।

ତେବେ ସୁପ୍ରିମକୋର୍ଟ କେନ୍ଦ୍ରର ଏଭଳି ଆବେଦନ ଉପରେ କୌଣସି ରୁଲିଂ ଦେଇନାହାନ୍ତି। ବରଂ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଏହିଁ ସତ୍ୟପାଠର ନକଲ ରାଫେଲ ଡିଲ୍‌ ମାମଲାରେ ଜଡ଼ିତ ସମସ୍ତ ପକ୍ଷଙ୍କୁ ପ୍ରଦାନ କରିବାକୁ କହିଛନ୍ତି।

ଏପ୍ରିଲ ୧୦ରେ ରାଫେଲ ଡିଲ୍‌ର ପୁନଃ ଶୁଣାଣି ଏବଂ ତଦନ୍ତ ପାଇଁ ହୋଇଥିବା ଆବେଦନକୁ କେନ୍ଦ୍ର ସରକାର ଜୋରଦାର ବିରୋଧ କରିଥିଲେ। ହେଲେ କୋର୍ଟ କେନ୍ଦ୍ରର ଦାବିକୁ ଖାରଜ କରିଦେଇଥିଲେ। ‘ଦି ହିନ୍ଦୁ’ ଖବରକାଗଜରେ ପ୍ରକାଶିତ ରାଫେଲ ଡିଲ୍‌ ସଂକ୍ରାନ୍ତ କିଛି ତଥ୍ୟକୁ ଆଧାର କରି ବିରୋଧୀ ଦଳଗୁଡ଼ିକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ‘ସିକ୍ରେଟ୍‌ କ୍ଲଜ’କୁ ଢାଲ କରି କେନ୍ଦ୍ର ସରକାର ଏହାକୁ ପ୍ରମାଣ ଭାବେ ଗ୍ରହଣ ନ କରିବାକୁ କହିଥିଲେ। ହେଲେ କୋର୍ଟ ଏହାକୁ ଗ୍ରହଣ କରି ନଥିଲେ।



from Odisha Reporter http://bit.ly/2XS1MWj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages