ଗିରଫ ହେଲେ ଶାମିଙ୍କ ପତ୍ନୀ ହସିନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ଗିରଫ ହେଲେ ଶାମିଙ୍କ ପତ୍ନୀ ହସିନ୍

ଲକ୍ଷ୍ନୌ: ଭାରତୀୟ କ୍ରିକେଟ୍ ଟିମର ପେସ୍ ବୋଲର ମହମ୍ମଦ ଶାମିଙ୍କ ପତ୍ନୀ ହସିନ୍ ଜାହାନ୍ ଗତ ରାତିରେ ଅଚାନକ୍ ନିଜ ପତିଙ୍କ ଘରେ ପହଞ୍ଚି ହଙ୍ଗାମା କରିଥିଲେ ଏବଂ ଏହି କାରଣରୁ ତାଙ୍କୁ ଗିରଫ କରାଯାଇଥିଲା। ତେବେ ପରେ ତାଙ୍କୁ ଜାମିନ୍ ମଧ୍ୟ ମିଳିଥିଲା।

ରବିବାର ବିଳମ୍ବିତ ରାତିରେ ହସିନ୍ ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାର ସହସପୁର ଗାଁରେ ନିଜ ପତି ଶାମିଙ୍କ ଘରେ ପହଞ୍ଚିଥିଲେ। ହସିନଙ୍କୁ ଯେତେବେଳେ ବାହାରକୁ ଯିବା ପାଇଁ କୁହାଗଲା, ସେତେବେଳେ ସେ ନିଜେ ଏବଂ ନିଜ ଝିଅକୁ ଏକ ରୁମରେ ବନ୍ଦ କରିଦେଇଥିଲେ।

ଏହା ପରେ ପୁଲିସ୍ ସେଠାରେ ପହଞ୍ଚିଥିଲା। ପୁଲିସ୍ ମାମଲାକୁ ସମାଧାନ କରିବାକୁ ପ୍ରୟାସ କରିଥିଲା, କିନ୍ତୁ ଏଥିରେ ବିଫଳ ହେବା ପରେ ପୁଲିସ୍ ହସିନଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଥିଲା। ତେବେ ପରେ ତାଙ୍କୁ ବେଲ୍ ମିଳିଯାଇଥିଲା।

ହସିନ୍ ଏହା ପରେ ଗଣାମାଧ୍ୟମକୁ କହିଥିଲେ ଯେ, ‘ମୁଁ ଏଠାରେ ନିଜ ପତିଙ୍କ ଘରକୁ ଆସିଛି ଏବଂ ଏଠାରେ ରହିବାର ମୋର ପୂରା ଅଧିକାର ଅଛି। ମୋ ଶ୍ୱଶୁର ଘର ମୋ ସହ ଖରାପ ବ୍ୟବହାର କରୁଛନ୍ତି ଏବଂ ପୁଲିସ୍ ସେମାନଙ୍କୁ ସମର୍ଥନ କରୁଛି। ପୁଲିସ୍ ସେମାନଙ୍କ ବଦଳରେ ମୋତେ ଗିରଫ କରିଥିଲେ।’

ସୂଚନାଯୋଗ୍ୟ, ପେସ୍ ବୋଲର ଶାମି ବର୍ତ୍ତମାନ ଆଇପିଏଲରେ କିଙ୍ଗସ ଇଲେଭେନ୍ ପଞ୍ଜାବ ପକ୍ଷରୁ ଖେଳୁଛନ୍ତି। ୨୭ ବର୍ଷୀୟ ଶାମିଙ୍କ ଉପରେ ତାଙ୍କ ପତ୍ନୀ ଗୁରୁତର ଅଭିଯୋଗ ଲଗାଇଛନ୍ତି। ହସିନ୍ ଶାମିଙ୍କ ଉପରେ ଘରୋଇ ହିଂସା, ବିବାହ ପରେ ପରକିୟା ପ୍ରୀତି ଏବଂ ମ୍ୟାଚ୍ ଫିକ୍ସିଂ ଭଳି ଅଭିଯୋଗ ଆଣିଥିଲେ।

ଏହାଛଡ଼ା ହସିନ୍ କହିଥିଲେ, ଶାମିଙ୍କର ଜଣେ ପାକିସ୍ତାନୀ ଝିଅ ସହ ସମ୍ପର୍କ ମଧ୍ୟ ଅଛି ଏବଂ ସେ ତାଙ୍କୁ ଆର୍ଥିକ ସହାୟତା ମଧ୍ୟ କରୁଛନ୍ତି। ବର୍ତ୍ତମାନ ଏହି ମାମଲାର ତଦନ୍ତ ଚାଲିଛି, କିନ୍ତୁ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ବିସିସିଆଇ ଶାମିଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛି।



from Odisha Reporter http://bit.ly/2GRLaZ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages