ଅଧିନାୟକ ଭାବେ ୧୦୦ତମ ମ୍ୟାଚରେ ବିରାଟ୍ ଫେଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ଅଧିନାୟକ ଭାବେ ୧୦୦ତମ ମ୍ୟାଚରେ ବିରାଟ୍ ଫେଲ୍

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଟେଷ୍ଟ ଟିମ ଓ ଦୁଇ ନମ୍ବର ଦିନିକିଆ ଟିମର ଅଧିନାୟକ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପକ୍ଷରୁ ଅଧିନାୟକ ଭାବେ ନିଜର ୧୦୦ତମ ମ୍ୟାଚକୁ ସ୍ମରଣୀୟ କରିପାରିଲେ ନାହିଁ।

ମଙ୍ଗଳବାର ଜୟପୁରରେ ରାଜସ୍ଥାନ ରୟାଲ୍ସ ବିପକ୍ଷ କୋହଲି କେବଳ ବ୍ୟାଟରୁ ନୁହେଁ ବରଂ ଅଧିନାୟକ ଭାବେ ମଧ୍ୟ ସମ୍ପୂର୍ଣ୍ଣ ଫେଲ୍ ରହିଥିଲେ ଏବଂ ଆରସିବି ୭ ୱିକେଟରେ ମ୍ୟାଚ୍ ହାରିଯାଇଥିଲା। ଏହା ଆରସିବିର ଲଗାତାର ଚତୁର୍ଥ ପରାଜୟ ଏବଂ ଚଳିତ ଲିଗରେ ରାଜସ୍ଥାନର ଏହା ପ୍ରଥମ ବିଜୟ।

ୱିକେଟକିପର ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ ୪୧ ବଲରେ ୬୭ ରନର ଇନିଂସ୍ ଯଦି ନଖେଳିଥାନ୍ତେ, ତାହେଲେ ଆରସିବି ୪ ୱିକେଟରେ ୧୫୮ ରନ୍ କରିପାରିନଥାନ୍ତା। କିନ୍ତୁ ରୟାଲ୍ସ ଜୋସ ବଟଲର, ରାହୁଲ ତ୍ରିପାଠୀ ଓ ଷ୍ଟିଭ୍ ସ୍ମିଥଙ୍କ ଦମଦାର ପ୍ରଦର୍ଶନ ବଳରେ ୧୯.୫ ଓଭରରେ ୩ ୱିକେଟ ହରାଇ ୧୬୪ ରନ୍ କରି ବିଜୟ ହାସଲ କରିଥିଲା।

୧୫୯ ରନର ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ରାଜସ୍ଥାନର ବିଜୟ ନିଜେ ଆରସିବି ଅଧିନାୟକ ଓ ତାଙ୍କ ଖେଳାଳିମାନେ ନିର୍ଦ୍ଧାରିତ କରିଦେଇଥିଲେ। ବିରାଟ ଦ୍ୱିତୀୟ ଓଭରରେ ହିଁ ସ୍ଲିପରେ ଆଜିଙ୍କ୍ୟ ରାହାଣେ (୨୨)ଙ୍କ କ୍ୟାଚ୍ ଛାଡ଼ି ଦେଇଥିଲେ। ଏହା ପରେ ଉମେଶ ଯାଦବ ୧୬ତମ ଓଭରର ପ୍ରଥମ ବଲରେ ବଟଲର (୫୯)ଙ୍କ କ୍ୟାଚ୍ ଛାଡ଼ିଥିଲେ।

ନୀଳ ଜର୍ସିରେ ସର୍ବଦା ନିଜର ସାଥୀ ଖେଳାଳିଙ୍କୁ ଚିୟରଅପ୍ କରିଆସୁଥିବା କୋହଲି ଆରସିବିର ନାଲି ଜର୍ସିରେ ଏଭଳି କିଛି କରିପାରିନାହାନ୍ତି। ଏଭଳି ଲଗାତାର ପରାଜୟ ଦ୍ୱାରା ନିଜେ କୋହଲି ହିଁ ପ୍ରଥମରୁ ପରାଜୟ ସ୍ୱୀକାର କରିନେଇଛନ୍ତି। ଦଳର ଫିଲ୍ଡିଂ ବିଭାଗ ବାକି ସବୁ ସାରି ଦେଲେ। ଏକ ରନ୍ ବଦଳରେ ରୟାଲ୍ସ ବ୍ୟାଟ୍ସମ୍ୟାନ୍ ସହଜରେ ୨ ରନ୍ ନେଉଥିଲେ।

ଆରସିବିର ଏଭଳି ପ୍ରଦର୍ଶନରେ ପ୍ରଶଂସକମାନେ ମଧ୍ୟ ନିରାଶ ପ୍ରକାଶ କରିଛନ୍ତି। ସୋଶାଲ ମିଡିଆରେ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ଦାବି ଜୋର ଧରିଛି। ଏଭଳି ସ୍ଥିତିରେ ବିରାଟଙ୍କ ହାତରେ ଆଉ ୧୦ଟି ମ୍ୟାଚ୍ ବାକି ଅଛି ଏବଂ ଏଥିମଧ୍ୟରୁ ଅତିବେଶୀରେ ୮ଟି ମୁକାବିଲା ଜିତିଲେ, ତାଙ୍କ ଦଳ ପ୍ଲେଅଫକୁ କ୍ୱାଲିଫାଏ କରିବ।

ଅଧିନାୟକ ଭାବେ ବିରାଟଙ୍କ ୧୦୦ତମ ମ୍ୟାଚରେ ଆରସିବିର ଏହା ୫୧ତମ ପରାଜୟ। ସେ ଟିମକୁ କେବଳ ୪୪ ମ୍ୟାଚରେ ଜିତାଇଛନ୍ତି। ଆଇପିଏଲ ଇତିହାସରେ ଆରସିବି ତିନିଥର ଫାଇନାଲରେ ସ୍ଥାନ ହାସଲ କରିଛି। ୨୦୧୭ରେ ଟିମ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଥିଲା ଏବଂ ୨୦୧୮ରେ ଷଷ୍ଠ ସ୍ଥାନରେ ରହିଥିଲା।

ଚଳିତ ସଂସ୍କରଣରେ ମଧ୍ୟ ଦଳ ପୁଣିଥରେ ଏଭଳି ଦଶା ଭୋଗିବାକୁ ଯାଉଛି। ଆସନ୍ତାମାସ ଶେଷରେ ଇଂଲଣ୍ଡରେ ବିଶ୍ୱକପ୍ ହେବ। ଯଦି ବିରାଟଙ୍କ ଖରାପ କ୍ୟାପଟେନ୍ସି ଏଭଳି ଜାରି ରହିଲା, ତାହେଲେ ଏହା ଟିମଇଣ୍ଡିଆର ବିଶ୍ୱକପ ଅଭିଯାନରେ ଖରାପ ପ୍ରଭାବ ପକାଇବ। ଚଳିତ ଆଇପିଏଲରେ ବିରାଟ ବ୍ୟାଟ୍ ଏପର୍ଯ୍ୟନ୍ତ ଚୁପ ରହିଛି।

ପରାଜୟ ଭୁଲି ସେ ଓପନିଂ ବ୍ୟାଟ୍ସମ୍ୟାନ ଭାବେ ଓହ୍ଲାଇଥିଲେ, କିନ୍ତୁ ତାଙ୍କ ବ୍ୟାଟ୍ କିଛି କମାଲ କରିପାରିନଥିଲା। ବିରାଟଙ୍କ ଆଉଟ ହେବା ମାତ୍ରକେ ସବୁ ବ୍ୟାଟ୍ସମ୍ୟାନ୍ ଫେଲ ମାରିଛନ୍ତି। ଚଳିତ ସଂସ୍କରଣରେ ସେ ୪ଟି ମ୍ୟାଚରେ ୭୮ ରନ୍ କରିଛନ୍ତି। ତେଣୁ ଟୁର୍ଣ୍ଣାମେଣ୍ଟକୁ ଫେରିବାକୁ ହେଲେ ବିରାଟଙ୍କୁ କିଛି ଚମତ୍କାରିକା କରିବାକୁ ପଡ଼ିବ।



from Odisha Reporter https://ift.tt/2TTRByb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages