
ନୂଆଦିଲ୍ଲୀ: “ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଯେତିକି ବର୍ଷା ହେବା କଥା ସେତିକି ହେବନାହିଁ। ଅର୍ଥାତ ଦକ୍ଷିଣ-ପଶ୍ଚିମ ମୌସୁମୀ ଏଥର ସ୍ୱାଭାବିକ ଠାରୁ କମ୍ ବର୍ଷିବ। ଏପରି କି ଚାଷ ଉପରେ ଏହା ଯଥେଷ୍ଟ ପ୍ରଭାବ ପକାଇବ।” ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପକ୍ଷରୁ ଏଭଳି ଆକଳନ ଚାଷୀକୁଳକୁ ଚିନ୍ତାରେ ପକାଇ ଦେଇଛି।
ସ୍କାଏମେଟ୍ର ଆକଳନ ଅନୁଯାୟୀ, ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ସ୍ୱାଭାବିକ ପରିମାଣର ୯୩% ବର୍ଷା ହେବ। ଏହା ୫% ଅଧିକ କିମ୍ବା କମ୍ ମଧ୍ୟ ହୋଇପାରେ।
ଚଳିତ ବର୍ଷ ମୌସୁମୀ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ଆଶଙ୍କା ୫୫% ରହିଛି। ଚଳିତ ବର୍ଷ ମୌସୁମୀ ଉପରେ ଏଲ୍ ନିନୋର ପ୍ରଭାବ ପଡ଼ିବ। ତେଣୁ ଏହା ଯେତିକି ପରିମାଣର ବର୍ଷିବା କଥା, ସେତିକି ବର୍ଷିବ ନାହିଁ।
ଦେଶର କୃଷି ଉତ୍ପାଦନ ପ୍ରାୟତଃ ମୌସୁମୀ ଉପରେ ନିର୍ଭର କରିଥାଏ। ଜୁନ୍ ୧ରେ ମୌସୁମୀ ପ୍ରଥମେ କେରଳ ଛୁଇଁବା ପରେ ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତରେ ନିଜର ଉପସ୍ଥିତି ଜାହିର କରେ। ତେବେ ସ୍କାଏମେଟ୍ ମୌସୁମୀ ପ୍ରଭାବରେ କମ୍ ବର୍ଷାର ଆଶଙ୍କା ଯଦି ସତ ହୁଏ ତାହେଲେ ଦେଶରେ ମରୁଡ଼ି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।
ଚଳିତ ବର୍ଷ ମଧ୍ୟ ଏଲ୍ ନିନୋ ହେବାର ୮୦ ପ୍ରତିଶତ ସମ୍ଭାବନା ଅଛି। ଏହାର ପ୍ରଭାବରେ ସମୁଦ୍ରରେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବ। ଏହାର ପ୍ରତିକୂଳ ପ୍ରଭାବ ଭାରତର ମୌସୁମୀ ବର୍ଷା ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି।
ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ମୌସୁମୀ ଉପରେ ଏଲ୍ ନିନୋର ପ୍ରଭାବ ୮୦% ରହିବ। ସେହିପରି ଜୁନ୍ରୁ ଅଗଷ୍ଟ ମଧ୍ୟରେ ଏହାର ପ୍ରଭାବ ୬୦%କୁ ଖସି ଆସିବ। ତେଣୁ ମୌସୁମୀ ଏଥର ସ୍ୱାଭାବିକଠାରୁ କମ ବର୍ଷିବ। ୨୦୧୪ ଓ ୨୦୧୫ରେ ଏଲ୍ ନିନୋ ଯୋଗୁ ମୌସୁମୀ ସ୍ୱାଭାବିକଠାରୁ କମ ବର୍ଷିଥିଲା ବୋଲି ସ୍କାଏମେଟ୍ ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2YL3ZnO
No comments:
Post a Comment