
ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ରାଜନଗର ବନ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ଏବେ ବଉଳା କୁମ୍ଭୀରଙ୍କର ପ୍ରଜନନ ସମୟ ହୋଇଥିବାରୁ ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି।
ପ୍ରଜନନ ସମୟରେ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଯାଆନ୍ତି। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ମେ’ ପହିଲାରୁ ତିନି ମାସ ଭିତରକନିକା ବନ୍ଦ ରହିଥାଏ।
ଏହି ସମୟ ମଧ୍ୟରେ ଭିତରକନିକାକୁ ନ ଆସିବାକୁ ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ସୂଚନା ଦିଆଯାଇଥାଏ।
from Odisha Reporter http://bit.ly/2V6tjXg
No comments:
Post a Comment