ବାରଣାସୀ ଲୋକସଭା ଆସନର ଏସପି ପ୍ରାର୍ଥୀ ତେଜ୍ ବାହାଦୁରଙ୍କୁ ନୋଟିସ୍, ନାକଚ ହୋଇପାରେ ପ୍ରାର୍ଥୀପତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ବାରଣାସୀ ଲୋକସଭା ଆସନର ଏସପି ପ୍ରାର୍ଥୀ ତେଜ୍ ବାହାଦୁରଙ୍କୁ ନୋଟିସ୍, ନାକଚ ହୋଇପାରେ ପ୍ରାର୍ଥୀପତ୍ର

ବାରଣାସୀ: ଉତ୍ତର ପ୍ରଦେଶ ବାରଣାସୀ ଲୋକସଭା ଆସନ ପାଇଁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ତେଜ ବାହାଦୁର ଯାଦବଙ୍କୁ ନିର୍ବାଚନ କମିଶନ ନୋଟିସ ପଠାଇଛନ୍ତି। ପ୍ରାର୍ଥୀ ପତ୍ରରେ ଦେଇଥିବା ତଥ୍ୟରେ ବିଭେଦ ରହିବାରୁ ନିର୍ବାଚନ କମିଶନ ଆଜି ସୁଦ୍ଧା ନୋଟିସର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନହେଲେ ନାମାଙ୍କନ ନାକଚ ହେବ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ ବିଏସଫରୁ ୫ ବର୍ଷ ପାଇଁ ବହିଷ୍କୃତ ହୋଇଥିଲେ ତେଜ ବାହାଦୁର ଯାଦବ। ସେନାରେ ଦିଆଯାଉଥିବା ଖାଦ୍ୟର ମାନକୁ ନେଇ ସୋଶାଲ ମିଡ଼ିଆରେ ଏକ ଭିଡ଼ିଓ ଛାଡିଥିଲେ, ଏହାପରେ ସେନାର ଅନୁଶାସନକୁ ଉଲ୍ଲଂଘନ କରୁଥିବା ଦର୍ଶାଇ କେନ୍ଦ୍ର ସରକାର ତେଜ ବାହାଦୁରଙ୍କୁ ବହିଷ୍କୃତ କରିଥିଲେ।

କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂହ ତେଜ ବାହାଦୁରଙ୍କ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀଙ୍କ ଅଫିସ ମଧ୍ୟ ରିପୋର୍ଟ ତଲବ କରିଥିଲା। ତଦନ୍ତରେ ତେଜ ବାହାଦୁରଙ୍କ ଅଭିଯୋଗ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ମିଛ ବୋଲି ପ୍ରମାଣିତ ହୋଇଥିଲା। ଏହାପରେ କେନ୍ଦ୍ର ସରକାର ୫ ବର୍ଷ ପାଇଁ ତେଜ୍ ବାହାଦୁରଙ୍କୁ ବହିଷ୍କୃତ କରିଥିଲେ।

ତେବେ ନାମାଙ୍କନ ଦାଖଲ କରିବା ସମୟରେ ତେଜ ବାହାଦୁର ବିଏସଫରୁ ବହିଷ୍କୃତ ହୋଇଥିବା ସ୍ୱୀକାର କରିଥିଲେ। ହେଲେ କୌଣସି କାରଣରୁ ସେ ପୁଣିଥରେ ନାମାଙ୍କନ ଦାଖଲ କରିଥିଲେ। ଯେଉଁଥିରେ ସେ କାହିଁକି ବହିଷୃତ ହୋଇଛନ୍ତି ସେଥିରେ ଅଲଗା କାରଣ ଦର୍ଶାଇଥିଲେ। ଦୁଇଟି ନାମାଙ୍କନ ପତ୍ରରେ ବହିଷ୍କୃତ ହେବାର କାରଣ ମଧ୍ୟରେ ବିଭେଦ ରହିବାରୁ ଶେଷରେ ନିର୍ବାଚନ କମିଶନ ତେଜ ବାହାଦୁରଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି।

ତେବେ ସମାଜବାଦୀ ପାର୍ଟି ଏ ନେଇ ନିର୍ବାଚନ କମିଶନଙ୍କୁ ସମାଲୋଚନା କରିଛି। ବାରଣାସୀରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନ କମିଶନ ପିଏମଓ କଥାରେ ପରିଚାଳିତ ହେଉଛନ୍ତି ବୋଲି ଅଭିଯୋଗ କରିଛି ଏସପି। ଏଥିସହ କାରଣ ଦର୍ଶାଅର ଜବାବ ରଖିବା ପାଇଁ କମ୍ ସମୟ ଦିଆଯାଇଥିବା ଅଭିଯୋଗ କରିଛନ୍ତି।



from Odisha Reporter http://bit.ly/2vy8mF6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages