
ବୁଲନ୍ଦସହର: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏକ ଦୁଃଖଦ ଘଟଣା ଘଟିଛି। ବୋର୍ଡରେ ଲଗାଯାଇଥିବା ଏକ ମୋବାଇଲ୍ ଚାର୍ଜରର ପିନ୍କୁ ଜଣେ ଅଢ଼େଇ ବର୍ଷ ଶିଶୁ ପାଟିରେ ପୁରାଇବା ଫଳରେ ତା’ର ମୃତ୍ୟୁ ଘଟିଛି। ଶିଶୁଟି ମୋବାଇଲ୍ ଚାର୍ଜର ସଂସ୍ପର୍ଶରେ ଆସି ଅଚେତ ହୋଇଯିବାରୁ ତା’କୁ ପରିବାର ଲୋକ ତୁରନ୍ତ ହସ୍ପିଟାଲ୍ ନେଇଥିଲେ। କିନ୍ତୁ ଅଧା ରାସ୍ତାରେ ହିଁ ତା’ର ଜୀବନ ଚାଲିଯାଇଥିଲା। ଏଭଳି ଘଟଣା ପୂରା ଉତ୍ତର ପ୍ରଦେଶକୁ ସ୍ତବ୍ଧ କରିଦେଇଛି।
ଅହମ୍ମଦ ହୋସେନଙ୍କ ଝିଅ ରାଜିଆ ରମଜାନ ପାଇଁ ଦିଲ୍ଲୀର ବଦରପୁରରୁ ଏଠାକୁ ଆସିଥିଲେ। ତାଙ୍କ ସହ ତାଙ୍କ ଅଢ଼େଇ ବର୍ଷର ପୁଅ ମଧ୍ୟ ଆସିଥିଲା। କିନ୍ତୁ ଶନିବାର ଘର ମଧ୍ୟରେ ବୋର୍ଡରୁ ଝୁଲୁଥିବା ଏକ ମୋବାଇଲ ଚାର୍ଜର ତା’ର ଜୀବନ ନେଇଯାଇଛି।
ଉଲ୍ଲେଖଯୋଗ୍ୟ ଯେ ମୋବାଇଲରେ ଯେଉଁ ବ୍ୟାଟେରୀ ବ୍ୟବହାର ହୁଏ ସେଥିରେ ଲିଥିୟମ ଇୟନ ରହିଥାଏ। ଏହି କେମିକାଲ ମଣିଷ ହେଉ ଅବା ଜୀବଜନ୍ତୁ ପାଇଁ ବିପଦଜନକ ଅଟେ। ମୋବାଇଲ ବ୍ୟାଟେରୀ ପୁରୁଣା ହୋଇଗଲେ କିମ୍ୱା ଅଧିକ ସମୟ ଚାର୍ଜିଂ ହେଲେ ଏହି ଲିଥିୟମ ଇୟନ କେମିକାଲ ଅଧିକ ସକ୍ରିୟ ହୋଇଥାଏ।
ବିଶେଷଜ୍ଞଏ ନେଇ କହିଛନ୍ତି ମୋବାଇଲ ଚାର୍ଜିଂ ବେଳେ ମଦର ବୋର୍ଡ ଉପରେ ଅଧିକ ପ୍ରେସର ପଡ଼ିଥାଏ। ଏହି ସମୟରେ ଫୋନରେ କଥା ହେଲେ କିମ୍ୱା ମୋବାଇଲରେ ଗେମ୍ ଖେଳିଲେ ମୋବାଇଲ ଉପରେ ଅଧିକ ପ୍ରଭାବ ପଡ଼ିଥାଏ। ଏଥିପାଇଁ ବିଭିନ୍ନ ସମୟରେ ମୋବାଇଲ ଚାର୍ଜିଂ ବେଳେ ଅଧିକ ଦୁର୍ଘଟଣା ଘଟିଥାଏ ବୋଲି ବିଶେଷଜ୍ଞ କହିଛନ୍ତି।
ବିଶେଷକରି ପ୍ରତି ମୋବାଇଲ ନିଜର ଚାର୍ଜର ସହ ଚାର୍ଜ କରିବା ଦରକାର। ଅନ୍ୟ କୌଣସି ଚାର୍ଜର ସହ ଚାର୍ଜ କଲେ ଦୁର୍ଘଟଣାର ଆଶଂକା ଅଧିକ ରହିଥାଏ ବୋଲି ଜଣାପଡ଼ିଛି।
from Odisha Reporter http://bit.ly/2WQ2fYN
No comments:
Post a Comment