
ପାଟନା: ଶିକ୍ଷା ଓ ରାଜନୀତି କ୍ଷେତ୍ରରେ ଅଜବ ଅଜବ ଘଟଣା ପାଇଁ ସବୁ ସମୟରେ ଚର୍ଚ୍ଚାରେ ରହୁଥିବା ବିହାର ନୋଟାରେ ରେକର୍ଡ କରିଛି। ଏଠାରେ ସର୍ବାଧିକ ୮.୧୭ ଲକ୍ଷ ଭୋଟରଙ୍କର କୌଣସି ଦଳ ବା ପ୍ରାର୍ଥୀ ପସନ୍ଦ ନୁହେଁ ବୋଲି ଦର୍ଶାଇଛନ୍ତି। ନିର୍ବାଚନ କମିଶନ୍ଙ୍କ ତଥ୍ୟ ଅନୁଯାୟୀ, ମୋଟ ୪୦ଟି ଆସନରେ ହୋଇଥିବା ମୋଟ ଭୋଟ୍ ସଂଖ୍ୟାର ୨% ହେଉଛି କେବଳ ନୋଟା ଭୋଟ୍।
ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ମଧ୍ୟରେ ଡାମନ୍ ଓ ଡିଉରେ ମୋଟ ଭୋଟ୍ର ୧.୭%, ଆନ୍ଧ୍ରରେ ୧.୪୯%, ଛତିଶଗଡ଼ରେ ୧.୪୪% ହେଉଛି ନୋଟା ଭୋଟ୍। ୨୦୧୩ ମସିହାରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସାମିଲ କରାଯାଇଥିଲା। ଏହି ଭୋଟ୍ ବଳରେ ଭୋଟର ଦର୍ଶାଇଥାଏ କୌଣସି ପ୍ରାର୍ଥୀ ତା’ର ପସନ୍ଦ ନୁହେଁ।
୨୦୧୪ ନିର୍ବାଚନରେ ପ୍ରଥମ ଥର ପାଇଁ ଏହା ସାମିଲ ହୋଇଥିଲା। ମୋଟ ୬୦ ଲକ୍ଷ ଲୋକ ସାରା ଦେଶରେ ନୋଟାରେ ଭୋଟ୍ ଦେଇଥିଲେ। ୨୦୧୯ ନିର୍ବାଚନରେ ବିହାରର ଗୋପାଳଗଞ୍ଜରେ ୫୧,୬୦୦ ଭୋଟର (୫.୦୪%) ନୋଟାରେ ଭୋଟ୍ ଦେଇଥିଲେ। ଏହାର ଦେଶରେ ସର୍ବାଧିକ ବୋଲି ଜଣାପଡ଼ିଛି।
from Odisha Reporter http://bit.ly/2JACsRz
No comments:
Post a Comment