‘ଫୋନି’: ମୋଦିଙ୍କ ସମୀକ୍ଷା ବୈଠକକୁ ମମତାଙ୍କ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

‘ଫୋନି’: ମୋଦିଙ୍କ ସମୀକ୍ଷା ବୈଠକକୁ ମମତାଙ୍କ ନା

ନୂଆଦିଲ୍ଲୀ: ସଂଘୀୟ ବ୍ୟବସ୍ଥାର ଦ୍ବାହି ଦେଇ ଆସୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତାର ଏହାର ଅବମାନନା କରିଆସୁଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ମମତା ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଫୋନି’ ବାତ୍ୟା ସମୀକ୍ଷା ବୈଠକରେ ଯୋଗଦେବାକୁ ମନା କରିଛନ୍ତି। ସୋମବାର ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏକ ସମୀକ୍ଷା ବୈଠକ କରିବା ସହ ପଶ୍ଚିମବଙ୍ଗ ସରକାରଙ୍କ ସହ ସେହିଭଳି ବୈଠକ ପାଇଁ ଆଗ୍ରହୀ ଥିବା ଜଣାଇଥିଲେ। ଏପରିକି ପିଏମ୍ଓ ଏନେଇ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖିଥିଲେ। କିନ୍ତୁ ପିଏମ୍ଓ ଦେଇଥିବା ସୂଚନା ଅନୁଯାୟୀ, ମମତା ସରକାରଙ୍କ ପକ୍ଷରୁ ନକାରାତ୍ମକ ଉତ୍ତର ଆସିଥିଲା। ସେପଟୁ କୁହାଯାଇଥିଲା ରାଜ୍ୟର ଅଧିକାରୀମାନେ ନିର୍ବାଚନରେ ବ୍ୟସ୍ତ ଅଛନ୍ତି।

ଏହାପୂର୍ବରୁ ‘ଫୋନି’କୁ ନେଇ କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗର ମମତା ସରକାର ମଧ୍ୟରେ ତୁତୁ ମେଁ ମେଁ ଆରମ୍ଭ ହୋଇସାରିଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ଯାଇଥିଲେ ମଧ୍ୟ ପଶ୍ଚିମବଙ୍ଗ ଏହାକୁ ଅଣଦେଖା କରିଥିଲା। ପ୍ରଥମେ କୁହାଯାଇଥିଲା ପରେ ଫୋନ୍ କରାଯିବ, କିନ୍ତୁ ପରେ କୁହାଯାଇଥିଲା ମୁଖ୍ୟମନ୍ତ୍ରୀ ମମତା ଅନ୍ୟ କେଉଁ ଏକ ଗସ୍ତରେ ବ୍ୟସ୍ତ ଅଛନ୍ତି।

କିନ୍ତୁ ମମତା ସରକାରଙ୍କ ପକ୍ଷରୁ କିଛି ଓଲଟା ଉତ୍ତର ରଖାଯାଇଥିଲା। କୁହାଯାଇଥିଲା ମୋଦି କୁଆଡ଼େ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେବଳ ଫୋନ୍ କରିଥିଲେ, କିନ୍ତୁ ଉଦ୍ଧାର ଓ ସ୍ଥାନାନ୍ତର ବାବଦରେ ମମତାଙ୍କୁ ଫୋନ୍ କରିନଥିଲେ। ଏପରିକି ପରେ କୁହାଯାଇଥିଲା ମୋଦି କେବଳ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ସହ କଥା ହୋଇଥିଲେ। ଏହି ରିପୋର୍ଟକୁ କେନ୍ଦ୍ର ଖଣ୍ଡନ କରିଥିଲା।

ପିଏମ୍ଓ ଦୁଇ ଦୁଇ ଥର ଯୋଗାଯୋଗ କରିବାର ପ୍ରୟାସ କରିଥିବା କୁହାଯାଇଥିଲା। କିନ୍ତୁ ଏଥିରେ ବିଫଳ ହେବାରୁ ରାଜ୍ୟପାଳଙ୍କ ସହ ମୋଦି କଥା ହୋଇଥିଲେ। ଏହା କିନ୍ତୁ ମମତା ସରକାରଙ୍କ ଦେହରେ ଯାଇନଥିଲା। ତାଙ୍କ ଦଳ ତୃଣମୂଳ କଂଗ୍ରେସ ପକ୍ଷରୁ ସାଧାରଣ ସମ୍ପାଦକ ପାଥ ଚାଟାର୍ଜୀ କହିଥିଲେ, ରାଜ୍ୟପାଳଙ୍କୁ କଲ୍ କରି ପ୍ରଧାନମନ୍ତ୍ରୀ ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ କରିଛନ୍ତି। ସେ ଜନାଦେଶକୁ କିଭଳି ଅଗ୍ରାହ୍ୟ କରୁଛନ୍ତି। ମମତା ବାନାର୍ଜୀ ପଶ୍ଚିମବଙ୍ଗର ନିର୍ବାଚିତ ମୁଖ୍ୟମନ୍ତ୍ରୀ। ଏହା ଦୁର୍ଭାଗ୍ୟଜନକ।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁଥିବା ବାତ୍ୟା ‘ଫୋନି’ର ଭୟାବହତା କାରଣରୁ ଓଡ଼ିଶାରେ ୩୪ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏପରିକି ପଶ୍ଚିମବଙ୍ଗରେ କୌଣସି ଜନଜୀବନର କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ପ୍ରବଳ ବର୍ଷା କାରଣରୁ କିଛି ଅଞ୍ଚଳରେ ଏହାର ତାଣ୍ଡବ ଦେଖିବାକୁ ମିଳିଥିଲା।



from Odisha Reporter http://bit.ly/2JhSSgJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages