ନିର୍ବାଚନ ପରବର୍ତ୍ତୀ ମେଣ୍ଟ: ନେତୃତ୍ୱର ଶିରପା ପାଇଁ ଛକାପଞ୍ଝା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ନିର୍ବାଚନ ପରବର୍ତ୍ତୀ ମେଣ୍ଟ: ନେତୃତ୍ୱର ଶିରପା ପାଇଁ ଛକାପଞ୍ଝା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୭ ତମ ସାଧାରଣ ନିର୍ବାଚନର ପାଞ୍ଚଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟର ଭୋଟିଂ ସରୁ ସରୁ କେନ୍ଦ୍ରରେ ପରବର୍ତ୍ତୀ ସରକାରକୁ ନେଇ କେବଳ ଅଙ୍କକଷା ଆରମ୍ଭ ହୋଇନାହିଁ, ବରଂ ନିର୍ବାଚନ ପରବର୍ତ୍ତୀ ମେଣ୍ଟର ନେତୃତ୍ୱକୁ ନେଇ ଦେଶର ପ୍ରମୁଖ ରାଜନୀତିକ ଦଳ ମଧ୍ୟରେ ଛକାପଞ୍ଝା ଜୋର୍ ଧରିବାରେ ଲାଗିଛି। କେବଳ କଂଗ୍ରେସ ନୁହେଁ, ସଂଖ୍ୟାଧିକ ବିରୋଧୀ ଦଳ ମୋଦିଙ୍କୁ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଆଦୌ଼ ଚାହୁଁନାହାନ୍ତି। ବିଶେଷ କରି ତୃଣମୂଳ କଂଗ୍ରେସ, ସପା, ବସପା, ଜେଡିଏସ, ଟିଡିପି ଏବେ ପ୍ରଚାର ଅପେକ୍ଷା ନିର୍ବାଚନୀ ପରବର୍ତ୍ତୀ ମେଣ୍ଚକୁ ନେଇ ଅଙ୍କକଷା ଆରମ୍ଭ କରିଛନ୍ତି। ଏହି ଦଳଗୁଡ଼ିକ କଂଗ୍ରେସକୁ ନେଇ ଏକ ସମ୍ଭାବ୍ୟ ମହାମେଣ୍ଟର ଅବଗଣନା ଆରମ୍ଭ କରିଛନ୍ତି। ତେବେ ଉଦବେଗର କଥା, ଏପରି ମହାମେଣ୍ଟର ସ୍ୱପ୍ନ ଦେଖୁଥିବା ପ୍ରମୁଖ ବିଜେପି ବିରୋଧୀ ଦଳର ମୁଖିଆମାନେ ପ୍ରତ୍ୟେକ ନିଜକୁ ହିଁ ମୋଦିଙ୍କ ବଦଳରେ ପ୍ରଧାନମନ୍ତ୍ରୀ ଚୌକିରେ ବସିବାକୁ ଚାହୁଁଛନ୍ତି। ସେପଟେ ଏନଡିଏ ସହଯୋଗୀଙ୍କ ସମେତ ବିଜେଡ଼଼ି, ଓ୍ୱାଇଏସଆର କଂଗ୍ରେସ ଓ ଟିଆରଏସ୍ ଭଳି ଆଞ୍ଚଳିକ ଦଳଙ୍କୁ ସାଥିରେ ନେଇ ମୋଦିଙ୍କ ନେତୃତ୍ୱରେ ବିଜେପି ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତା ଦଖଲର ବ୍ଲପ୍ରିଣ୍ଟ୍ ପ୍ରସ୍ତୁତ କରିଥିବା କୁହାଯାଉଛି।

ଆଜି ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ କହିଛନ୍ତି ସେ ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି, ତାହେଲେ ଆମ୍ୱେଦକର ନଗର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଉତ୍ତରପ୍ରଦେଶରେ ଚଳିତ ସାଧାରଣ ନିର୍ବାଚନରେ ଏସପି-ବିଏସପି-ଆରଏଲଡି ମେଣ୍ଟ କରି ନିର୍ବାଚନ ଲଢ଼ୁଥିବା ବେଳେ ମାୟାବତୀ ଏକ ରାଲିରେ ପ୍ରଥମ ଥର ପାଇଁ ନିଜର ପ୍ରଧାନମନ୍ତ୍ରୀ ହେବା ଅଭିଳାଷକୁ ବ୍ୟକ୍ତ କରିଛନ୍ତି। ଏହା ପୂର୍ବରୁ ଉତ୍ତରପ୍ରଦେଶ ମହାମେଣ୍ଚର ଅନ୍ୟତମ ଅଂଶୀଦାର ଦଳ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ସିଂହ ଯାଦବ ମେ ୨ ତାରିଖରେ କହିଥିଲେ ଯେ ଯଦି ମୁଲାୟମ ସିଂହ ଯାଦବ ପ୍ରଧାନମନ୍ତ୍ରୀ ହୁଅନ୍ତି, ତାହେଲେ ଏହା ତାଙ୍କ ପାଇଁ ଉଚିତ ସମ୍ମାନ ହେବ। ତେବେ ପରବର୍ତ୍ତୀ ସମୟରେ ସେ ନିଜ ମନ୍ତବ୍ୟ ବଦାଳଇ କହିଥିଲେ ଯେ ମୁଲାୟମ ସିଂହ ଯାଦବ ପିଏମ ରେସରେ ନାହାନ୍ତି।

ସେହିଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ମଧ୍ୟ ବିଜେପି ବିରୋଧୀ ସମ୍ଭାବ୍ୟ ମହାମେଣ୍ଚର ନେତୃତ୍ୱ ନେବାକୁ ଇଛାବ୍ୟକ୍ତ କରିଥି୍ବା ଆଲୋଚନା ହେଉଛି। ସେହିପରି କର୍ଣ୍ଣାଟକରେ କଂଗ୍ରେସ ସହ ମେଣ୍ଟ ସରକାର କରିଥିବା ଜେଡିଏସର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା ନିକଟରେ କହିଥିଲେ ଯେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ହିଁ ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ। ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ୍ ସୁପ୍ରିମୋ କେସିଆର ଏକ ତୃତୀୟ ସାମ୍ମୁଖ୍ୟର ସମ୍ଭାବ୍ୟ ନେତୃତ୍ୱ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥବା ଟର୍ଚ୍ଚା ହୋଇଥିଲା। ନିର୍ବାଚନ ପୂର୍ବରୁ ସେ ବିଜେଡି, ଟିଏମସି ଓ ଏସପି ଆଦି ଦଳକୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ। ନିକଟରେ ସେ ଆନ୍ଧ୍ରପ୍ରଦେଶର ଓ୍ୱାଇଏସଆର କଂଗ୍ରେସ ସହ ହାତ ମିଳାଇବା ପରେ ସିପିଆଇ(ଏମ୍) ନେତା ତଥା କେରଳ ମୁଖ୍ୟମନ୍ତ୍ରୀ ବିଜୟନଙ୍କୁ ଭେଟିବାକୁ ସୋମବାର ଯାଇଥିବା ଜଣାପଡ଼ିଛି।

ଅନ୍ୟପଟେ ରବିବାର କଂଗ୍ରେସ ନେତା କପିଲ ସିବଲ କହିଥିଲେ ଯେ କଂଗ୍ରେସ ଚଳିତ ନିର୍ବାଚନରେ ବହୁମତ ପାଇବ ନାହିଁ। ତେଣୁ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରାଯାଇ ନାହିଁ। ଯଦି ୨୭୨ରୁ ଅଧିକ ଆସନରେ କଂଗ୍ରେସ ଜିତିବ ତାହେଲେ ରାହୁଲ ହିଁ କଂଗ୍ରେସରୁ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କହିଥିଲେ। କିନ୍ତୁ ମୋଦିଙ୍କୁ ଗାଦିଚ୍ୟୁତ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କଂଗ୍ରେସ କରିବ ବୋଲି ସେ କହିଥିଲେ।

କଂଗ୍ରେସ, ବିଜେପି ବ୍ୟତୀତ ଅନ୍ୟାନ୍ୟ ଆଞ୍ଚଳିକ ଦଳ ଚଳିତ ନିର୍ବାଚନରେ ସରକାର ଗଢ଼ିବାରେ ଏକ ବଡ଼ ଭୂମିକା ନେବେ ବୋଲି ବିଭିନ୍ନ ସର୍ଭେ ରିପୋର୍ଟରେ ଜଣାପଡ଼ିଛି। ହେଲେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ପ୍ରାୟ ସମସ୍ତ ଦଳର ସୁପ୍ରିମୋ ଆଶା ବାନ୍ଧି ଥିବାରୁ ସମ୍ଭାବ୍ୟ ମହାମେଣ୍ଟ ନେଇ ଏଯାଏ କୌଣସି ନିର୍ଦ୍ଦିଷ୍ଟ ରୂପରେଖ ପ୍ରସ୍ତୁତି ବି ହୋଇପାରିନାହିଁ।



from Odisha Reporter http://bit.ly/2J2JONq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages