
ଗୁଆହାଟୀ: ୬ଥର ୱାର୍ଲ୍ଡ ଚାମ୍ପିଅନ୍ ଏମ୍ସି ମ୍ୟାରୀ କମ୍ (୫୧ କେଜି) ଏବଂ ଏଲ୍ ସରିତା ଦେବୀ (୬୦ କେଜି) ଜବରଦସ୍ତ ପ୍ରଦର୍ଶନ କରି ଇଣ୍ଡିଆ ଓପନ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏସିଆନ୍ ଗେମ୍ସ ସ୍ୱର୍ଣ୍ଣର୍ ପଦକ ବିଜେତା ଅମିତ୍ ଫାଙ୍ଗାଲ୍ (୫୨ କେଜି) ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି।
ଶୁକ୍ରବାର ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ମ୍ୟାରୀ କମ୍ ମିଜୋରାମର ଭାନଲା ଦୁଆତିଙ୍କୁ ଏକତରଫା ଭାବେ ୫-୦ ପଏଣ୍ଟରେ ପରାସ୍ତ କରିଛନ୍ତି। ସେହିପରି ୱାର୍ଲ୍ଡ ଚାମ୍ପିଅନଶିପ୍ ପଦକ ବିଜେତା ସରିତା ଦେବୀ ଫାଇନାଲରେ ନିଜ ଦେଶର ସିମରନଜିତ୍ କୌରଙ୍କୁ ୩-୨ରେ ହରାଇଛନ୍ତି। ସରିତା ତିନିବର୍ଷ ପରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ଗତବର୍ଷ ଏସିଆନ୍ ଚାମ୍ପିଅନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ସରିତା ଏହି ସ୍ୱର୍ଣ୍ଣ ପଦକକୁ ନିଜର ସ୍ୱର୍ଗତ ମା’ଙ୍କୁ ଉତ୍ସର୍ଗ କରିଛନ୍ତି। କ୍ୟାନସରରେ ପୀଡ଼ିତା ସରିତାଙ୍କ ମା’ ଗତବର୍ଷ ପରଲୋକଗମନ କରିଥିଲେ। ପୁରୁଷ ୫୨ କେଜି ଫାଇନାଲରେ ଅମିତ୍ ଜାଏଣ୍ଟ କିଲର୍ ସଚିନ ସିୱାଚଙ୍କୁ ୪-୧ରେ ପରାସ୍ତ କରିଛନ୍ତି। ଫେଭରିଟ୍ ଶିବ ଥାପା ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖି ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍ ମନିଷ କୌଶିକଙ୍କୁ ପରାସ୍ତ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି।
ଏହାଛଡ଼ା ଭାରତ ପୁରୁଷ ବର୍ଗରେ ଚାରି ପଦକ (୫୨କେଜି, ୮୧ କେଜି, ୯୧ କେଜି, +୯୧ କେଜି) ଜିତିଥିବା ବେଳେ ମହିଳା ବର୍ଗରେ ତିନି ପଦକ (୫୧ କେଜି, ୫୭ କେଜି, ୭୫ କେଜି) ପଦକ ଜିତିଛି। ଏଥିସହ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ୧୨ ପଦକ ସହ ଅଭିଯାନ ଶେଷ କରିଛି।
from Odisha Reporter http://bit.ly/2YJsqkx
No comments:
Post a Comment