
ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବାତ୍ଯା ଫୋନି ଦ୍ଵାରା ପ୍ରଭାବିତ ହୋଇଥିବା ପରିବାରର ସହାୟତା ପାଇଁ ଯାଜପୁର କଳିଙ୍ଗନଗର ସ୍ଥିତ ଜିନ୍ଦଲ ଷ୍ଟେନ୍ଲେସ୍ ଫାଉଣ୍ଡେସନ ୨ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛି। ସୂଚନା ଅନୁସାରେ କମ୍ପାନୀର ମୁଖ୍ଯ ଆବାସିକ ପ୍ରତିନିଧି ଶଶିଭୂଷଣ ଉପାଧ୍ଯାୟ ରାଜ୍ଯ ମୁଖ୍ଯ ଶାସନ ସଚିବ ଆଦିତ୍ଯ ପ୍ରସାଦ ପାଢ଼ୀଙ୍କୁ ୨ କୋଟି ଟଙ୍କାର ଚେକ୍ ହସ୍ତାନ୍ତର କରିଛନ୍ତି।
ଓଡ଼ିଶା ରାଜ୍ଯ ବିପର୍ଯ୍ଯୟ ପରିଚାଳନା କର୍ତ୍ତୃପକ୍ଷ(OSDMA)ନାମରେ ଏହି ଚେକ୍ ପ୍ରଦାନ କରାଯାଇଛି। ଏହି ଅବସରରେ କମ୍ପାନୀ ପକ୍ଷରୁ କୁହାଯାଇଛି, ରାଜ୍ଯରେ ବିଭିନ୍ନ ସମୟରେ ସୁବିଧା ଅସୁବିଧା ପାଇଁ ଜିନ୍ଦଲ ଷ୍ଟେନ୍ଲେସ୍ ସହୟତା କରୁଛି। ଏହିଧାରାକୁ କମ୍ପାନୀ ଆଗକୁ ମଧ୍ଯ ବଜାୟ ରିଖିବ।
from Odisha Reporter http://bit.ly/2wht2l8
No comments:
Post a Comment