
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଶୁକ୍ରବାର ସକାଳେ ପୁରୀରେ ଲ୍ୟାଣ୍ଡଫଲ୍ ହେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ୧୫ଟି ଜିଲ୍ଲାର ୧୧ଲକ୍ଷ ୫୪ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଇଛି। ଆଜି ଅପରାହ୍ନ ୩ଟା ସୁଦ୍ଧା ୩.୩୨ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୪ଟା ସୁଦ୍ଧା ସାଢ଼େ ୪ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ସରକାରୀ ସୂତ୍ରରୁ କୁହାଯାଇଛି।
ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଅପରାହ୍ନ ୪ଟା ସୁଦ୍ଧା ସାଢେ ୪ଲକ୍ଷ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ତେବେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ୪ଟା ୧୩ମିନିଟରେ ଜାରି ତଥ୍ୟ ଅନୁସାରେ ଅପରାହ୍ନ ୩ଟା ସୁଦ୍ଧା ପ୍ରାୟ ୩ଲକ୍ଷ ୩୨ହଜାର ୭୯୪ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ପ୍ରାୟ ୬ଟାବେଳେ ଏସଆରସି ଶ୍ରୀ ସେଠୀ ସ୍ଥାନାନ୍ତରିତ ଲୋକଙ୍କ ସଂଖ୍ୟା ସାଢ଼େ ୪ଲକ୍ଷରେ ପହଞ୍ଚିଛି ବୋଲି ଦାବି କରିଛନ୍ତି।
from Odisha Reporter http://bit.ly/2GVYqfa
No comments:
Post a Comment