ଇଂଲଣ୍ଡ ପିଚକୁ ନେଇ ଏହି ଭବିଷ୍ୟବାଣୀ କଲେ ସଚିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ଇଂଲଣ୍ଡ ପିଚକୁ ନେଇ ଏହି ଭବିଷ୍ୟବାଣୀ କଲେ ସଚିନ

ମୁମ୍ବାଇ: ମେ’ ୩୦ ତାରିଖରେ ହେବାକୁଥିବା ଆଇସିସି ବିଶ୍ୱକପରେ ଇଂଲଣ୍ଡର ପିଚକୁ ନେଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଭବିଷ୍ୟବାଣୀ କରିଛନ୍ତି। ସଚିନ କହିଛନ୍ତି, ‘ବିଶ୍ୱକପରେ ଇଂଲଣ୍ଡର ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ, କାରଣ ଗରମ ଯୋଗୁ ବଲ୍ ସେତେଟା ସୁଇଂ କରିବ ନାହିଁ।’ ଇଂଲଣ୍ଡରେ ହେବାକୁଥିବା ଏହି ୱାର୍ଲ୍ଡ କପରେ ୧୦ ଟିମ୍ ଭାଗ ନେବେ।

ଗୁରୁବାର ସଚିନ ନିଜ ନାମରେ ଏମଆଇଜି କ୍ଲବର ପ୍ୟାଭିଲିୟନ୍ ଉଦଘାଟନ ଅବସରରେ କହିଛନ୍ତି, ମୁଁ ଜାଣିବାକୁ ପାଇଲି ଯେ, ଇଂଲଣ୍ଡରେ ଏଥର ପ୍ରବଳ ଗରମ ହେବ। ଅତ୍ୟଧିକ ଗରମ ଯୋଗୁ ପିଚ୍ ଫ୍ଲାଟ୍ ରହିବ ଏବଂ ଏହା ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ। ଯଦି ଆକାଶରେ ବାଦଲ ରହିବ, ତାହେଲେ ବଲ୍ ସାମାନ୍ୟ ସୁଇଂ କରିବ। କିନ୍ତୁ ଆକାଶରେ ବାଦଲ ବେଶୀ ସମୟ ଧରି ରହିବ ନାହିଁ। ଏହା ପୂର୍ବରୁ ୨୦୧୭ରେ ଇଂଲଣ୍ଡରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଭଲ ୱିକେଟ୍ ଥିଲା ଏବଂ ପିଚ୍ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅନୁକୂଳ ଥିଲା। ତେଣୁ ଏଥର ମଧ୍ୟ ଇଂଲଣ୍ଡର ପିଚ୍ ବ୍ୟାଟିଂ ଫ୍ରେଣ୍ଡଲୀ ହେବ ବୋଲି ସଚିନ କହିଛନ୍ତି।

ବିଶ୍ୱକପରେ ଭାରତର ପ୍ରଦର୍ଶନକୁ ନେଇ ସଚିନ କହିଛନ୍ତି, ବିରାଟ୍ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି। ଏହି ପ୍ରଦର୍ଶନ ବିଶ୍ୱକପରେ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବ। ବର୍ତ୍ତମାନ ଭାରତୀୟ ଦଳରେ ଥିବା ସମସ୍ତ ଖେଳାଳି ଇଂଲଣ୍ଡ ପରିବେଶ ସହ ଅଭ୍ୟସ୍ତ ହୋଇସାରିଛନ୍ତି। ତେଣୁ ଭାରତୀୟ ଖେଳାଳିଙ୍କୁ ସେଠାରେ ସେଭଳି କୌଣସି ହେବ ନାହିଁ ବୋଲି ସଚିନ କହିଛନ୍ତି।



from Odisha Reporter http://bit.ly/2Y6JX65

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages