କିପରି ହୋଇଥାଏ ଇଭିଏମ୍‌ର ସୁରକ୍ଷା, କାହା ପାଖରେ ଥାଏ ଚାବି ଜାଣିଛନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

କିପରି ହୋଇଥାଏ ଇଭିଏମ୍‌ର ସୁରକ୍ଷା, କାହା ପାଖରେ ଥାଏ ଚାବି ଜାଣିଛନ୍ତି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରିଯାଇଛି  ନିର୍ବାଚନ। ଫଳାଫଳ ମଧ୍ୟ ପ୍ରାୟତଃ ସ୍ପଷ୍ଟ ହୋଇ ସାରିଲାଣି।  ନିର୍ବାଚନ ସମୟରେ ଇଭିଏମ୍‌କୁ ନେଇ ଅନେକ ନେତା  ଭିନ୍ନ ଭିନ୍ନ ମତ ଦେଇଛନ୍ତି। କିଏ ଇଭିଏମ୍‌ ଟ୍ୟାମ୍ପରିଂର ଅଭିଯୋଗ କରିଛି ତ ଆଉ କିଏ, ଏହାର ବିଶ୍ୱସନିୟତା ଉପରେ ଉଠାଏ ପ୍ରଶ୍ନ।

କିନ୍ତୁ ଆପଣ କେବେ ଏହି ବିଷୟରେ ଭାବିଛନ୍ତି ଯେ, ନିର୍ବାଚନ ହେବା ପୂର୍ବରୁ ଓ ସରିବା ପରେ ଇଭିଏମ୍‌ଗୁଡ଼ିକ କ’ଣ ହୁଏ? ଏହାକୁ କେଉଁଠି ରଖାଯାଏ? ଏହାର ସୁରକ୍ଷା ଦାୟିତ୍ୱ କିଏ ନେଇଥାନ୍ତି?

ତାହାଲେ ଜାଣନ୍ତୁ ଏହି ଇଭିଏମ୍‌ ସହ ଜଡିତ ଥିବା କିଛି ରୋଚକ କଥା।

ନିର୍ବାଚନ ସରିବା ପରେ ଇଭିଏମ୍‌ଗୁଡ଼ିକୁ ଷ୍ଟ୍ରଙ୍ଗ୍‌ ରୁମ୍‌ରେ ରଖାଯାଇଥାଏ। ଷ୍ଟ୍ରଙ୍ଗ୍‌ ରୁମ୍‌ଗୁଡ଼ିକ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଥାଏ। ଏହି କାମ ନିର୍ବାଚନ ଆୟୋଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥାଏ।

 ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କ’ଣ?

ଇଭିଏମ୍‌ର ସୁରକ୍ଷା ଭାରତୀୟ ପାରା ମିଲିଟାରି ଫୋର୍ସ ହାତରେ ଥାଏ। ଷ୍ଟ୍ରଙ୍ଗ୍‌ ରୁମ୍‌ ଭିତରେ ସେଣ୍ଟ୍ରାଲ୍‌ ଫୋର୍ସ ଇଭିଏମ୍‌ଗୁଡ଼ିକୁ ଜଗିଥାନ୍ତି।  ଷ୍ଟ୍ରଙ୍ଗ୍‌ ରୁମ୍‌ ବାହାରର ସୁରକ୍ଷା ରାଜ୍ୟ ପୁଲିସ୍‌ ଅଧିକାରୀଙ୍କ ହାତରେ ରହିଥାଏ।  ଏପରି ହୁଏ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା।

ସେହି ରୁମ୍‌ରେ କେବଳ ଗୋଟେ ବାଟ ଦେଇ ହିଁ ଏଣ୍ଟ୍ରି କରାଯାଇଥାଏ। ହେଲେ ଏହାର ଥାଏ ଡବଲ ଲକିଂ ସିଷ୍ଟମ। ଏହାକୁ ଖୋଲିବାକୁ ଦରକାର ପଡିଥାଏ ୨ଟି ଚାବି। ସେଥିରୁ ଗୋଟିଏ ରିଟର୍ଣ୍ଣି ଅଫିସର୍‌ଙ୍କ ପାଖରେ ରହିଥାଏ। ଅନ୍ୟଟି ଉକ୍ତ ଲୋକସଭା କ୍ଷେତ୍ରର ଆସିଷ୍ଟାଣ୍ଟ ରିଟର୍ଣ୍ଣି ଅଫିସରଙ୍କ ପାଖରେ ଥାଏ।

ମତଦାନ ପୂର୍ବରୁ ହୁଏ ଇଭିଏମ୍‌ ଯାଞ୍ଚ

ନିର୍ବାଚନ ପୂର୍ବରୁ ଇଭିଏମ୍‌କୁ ଅତି ଯତ୍ନ ଓ ସତର୍କତାର ସହ ରଖାଯାଇଥାଏ। ଜିଲା ନିର୍ବାଚନ ଅଧିକାରୀ ଏହାର ସୁରକ୍ଷା ଦାୟିତ୍ୱରେ ଥାଆନ୍ତି। ଏହା ୨୪ ଘଣ୍ଟା ସିସିଟିଭି  ନଜରରେ ଥାଏ।  ନିର୍ବାଚନ ପୂର୍ବରୁ ଇଭିଏମ୍‌କୁ କେହି ବାହାରକୁ ନେଇ ଯାଇ ପାରିବେ ନାହିଁ। ଏଥିପାଇଁ ନିର୍ବାଚନ କମିଶନଙ୍କ ଅନୁମତି ଦରକାର। ମତଦାନ ପୂର୍ବରୁ ଇଞ୍ଜିନିୟରମାନେ ଏହାର ଯାଞ୍ଚ କରିଥାନ୍ତି। ଏହି ସମୟରେ ସବୁ ଦଳର ପ୍ରତିନିଧୀ ଉପସ୍ଥିତ ରହିଥାନ୍ତି।

ଏହାପରେ  ମତଦାନ ଲାଗି ଇଭିଏମ୍‌କୁ ମତଦାନ କେନ୍ଦ୍ରକୁ ପଠାଯାଇଥାଏ। ଏହି ସମୟରେ  କିଛି ଅତିରିକ୍ତ ମେଶିନକୁ ମଧ୍ୟ ଠିକ୍‌ କରି ରଖାଯାଇଥାଏ।  ଅକସ୍ମାତ ନିର୍ବାଚନ ସମୟରେ କୌଣସି ମେଶିନରେ ଯାନ୍ତ୍ରିକ ତ୍ରୁଟି ଦେଖାଗଲେ ତତ୍‌କ୍ଷଣାତ ଅତିରିକ୍ତ ମେଶିନଗୁଡିକ ବ୍ୟବହାର କରାଯାଇଥାଏ।

ମତଦାନ ସରିବା ପରେ  ପ୍ରିଜାଇଣ୍ଡିଂ ଅଫିସର ଇମିଏମ୍‌ରେ ଭୋଟିଂ ରେକର୍ଡର ଯାଞ୍ଚ କରିଥାନ୍ତି। ସବୁ ରାଜନୈତିକ ପାର୍ଟିର ପୁଲିଂ ଏଜେଣ୍ଟଙ୍କୁ ମଧ୍ୟ ଏହାର କପି ଦିଆଯାଏ। ଏହାପରେ ଇଭିଏମ୍‌କୁ ସିଲ୍‌ କରି ଦିଆଯାଏ। ପୁଲିଂ ଏଜେଣ୍ଟ ଏହା ଉପରେ ସାଇନ କରିଥାନ୍ତି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧୀ ମତଦାନ କେନ୍ଦ୍ରରୁ ଷ୍ଟ୍ରଙ୍ଗରୁମ୍‌ ପର୍ଯ୍ୟନ୍ତ ଇଭିଏମ୍‌ ସହ ଯାଇଥାନ୍ତି। ଜିଲାର ସବୁ ମତଦାନ କେନ୍ଦ୍ରରୁ ଇଭିଏମ୍‌ ଷ୍ଟ୍ରଙ୍ଗ ରୁମ୍‌କୁ ଆସିବା ପରେ ଏହାକୁ ସୁରକ୍ଷା ଭିତରେ ରଖାଯାଇଥାଏ । ଥରେ ସିଲ୍‌ ହେବା ପରେ ଗଣତି ଦିନ ହିଁ ଏହାକୁ ଖୋଲାଯାଏ।



from Odisha Reporter http://bit.ly/2EvxzVJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages