
ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଏକଜିଟ୍ ପୋଲର ପୁର୍ବାନୁମାନ ସତରେ ପରିଣତ ହୋଇଛି। ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ପୁଣି ଥରେ କାମ କଲା ମୋଦି ମ୍ୟାଜିକ୍। ଭାଜପା ମ୍ୟାଜିକ୍ ନମ୍ବର ୨୭୨କୁ ଅତିକ୍ରମ କରି ସାରିଛି। ଏଥର ଏକାକୀ ସର୍ବବୃହତ ଦଳ ଭାବେ ଉଭା ହୋଇଛି ବିଜେପି। ଆହୁରି କେତେକ ସ୍ଥାନରେ ଗଣତି ଚାଲୁ ରହିଥିବାରୁ ଏହି ସଂଖ୍ୟା ୩୦୦ ଟପିଯିବ ବୋଲି ଆକଳନ କରାଯାଉଛି।
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ କ୍ଷମତାକୁ ଫେରିବାକୁ ବେଶ୍ କସରତ କରିଥିଲେ ମଧ୍ୟ ଆଶାନୁରୂପ ଫଳ ପାଇବାରୁ ବଞ୍ଚିତ ରହିଛି। ଅବଶ୍ୟ ପୂର୍ବାପେକ୍ଷା ଏଥର କଂଗ୍ରେସର ଆସନ ସଂଖ୍ୟା ବଢିଛି।

ଦେଶର ଅନେକ ସ୍ଥାନରେ ପଦ୍ମ ଫୁଟିଥିବା ବେଳେ ବିରୋଧୀ ଶିବିରରେ ଖେଳି ଯାଇଛି ନୈରାଶ୍ୟଭାବ। ୪୮ ବର୍ଷ ପରେ ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଫେରିବାରେ ମୋଦି ହେଉଛନ୍ତି ପ୍ରଥମ ନେତା। ଲୋକସଭାରେ ମୋଟ୍ ୫୪୫ ଆସନ ମଧ୍ୟରୁ ଭୋଟ୍ ହୋଇଥିବା ୫୪୨ ସିଟ୍ ଲାଗି ମ୍ୟାଜିକ୍ ନମ୍ବର ରହିଛି ୨୭୨। ହେଲେ ଏହି ସଂଖ୍ୟାଠାରୁ ଏନ୍ଡିଏ ଏବଂ ବିଜେପି ବହୁ ଆଗରେ। ବିପୁଳ ବିଜୟ ସହ ଦ୍ୱିତୀୟ ଥର ପାଇଁ ଦେଶର ଶାସନ ଡୋର ଧରିବାକୁ ଯାଉଛନ୍ତି ମୋଦି। ତେଣୁ ଦେଶ ସାରା ବିଜେପି କ୍ୟାମ୍ପରେ ଏବେ ଚାଲିଛି ସେଲିବ୍ରେସନ।
from Odisha Reporter http://bit.ly/2X2le2v
No comments:
Post a Comment