୨୫ ଶହରୁ ଊର୍ଦ୍ଧ୍ୱ ଲିଟର କିରାସିନି ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

୨୫ ଶହରୁ ଊର୍ଦ୍ଧ୍ୱ ଲିଟର କିରାସିନି ଜବତ

ବାସୁଦେବପୁର (କିରୀଟ ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଭୈରବପୁର ବ୍ରିଜ୍‌ ନିକଟରୁ ଚୋରା କିରାସିନି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି ପୁଲିସ୍। ଏହି ଗାଡ଼ିରୁ ୨୫ ଶହରୁ ଊର୍ଦ୍ଧ୍ୱ ଲିଟର କିରାସିନି ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଗାଡ଼ି ଚାଳକକୁ ଅଟକ ରଖି ପଚରାଉଚରା କରୁଛି।

କିରାସିନି ବୋଝେଇ ପିକ୍‌ଅପ୍‌ଟି ଆଜି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳକୁ ଯାଉଥିଲା। ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଁ ଗାଡ଼ିକୁ ଅଟକାଇଥିଲା। ଗାଡ଼ିର ଚାଳକଙ୍କୁ ପୁଲିସ କାଗଜପତ୍ର ମାଗିଥିଲା। ମାତ୍ର ଚାଳକ ସଠିକ୍‌ କାଗଜ ଦେଖାଇ ପାରି ନଥିଲେ। ସନ୍ଦେହ ହେବାରୁ ପୁଲିସ ଗାଡ଼ି ଚାଳକକୁ ଥାନାରେ ଅଟକ ରଖି ପଚରାଉରା କରିଥିବା ବେଳେ କିରାସିନି ଜବତ କରିଛି।



from Odisha Reporter http://bit.ly/2ECNSjz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages