ରାହୁଲଙ୍କ ଅର୍ଦ୍ଧଶତକ, ଓପନିଂ ଯୋଡ଼ି ପୁଣି ଫେଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ରାହୁଲଙ୍କ ଅର୍ଦ୍ଧଶତକ, ଓପନିଂ ଯୋଡ଼ି ପୁଣି ଫେଲ୍

କାର୍ଡିଫ୍: ଭାରତୀୟ ଓପନିଂ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧୱନ୍ ପୁଣିଥରେ ଫେଲ୍ ମାରିଛନ୍ତି। ହେଲେ ଟିମର ଯୁବ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଅର୍ଦ୍ଧଶତକ ମାରି ନିଜ ଉପସ୍ଥିତି ଜାହିର୍ କରିଛନ୍ତି। ମଙ୍ଗଳବାର ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଛି।

ଏହି ମ୍ୟାଚରେ ବାଂଲାଦେଶର ପ୍ରଭାବୀ ବୋଲିଂ ଆକ୍ରମଣ ଆଗରେ ଭାରତର ଟପ୍ ଅର୍ଡର ଫେଲ୍ ମାରିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଅଭ୍ୟାସ ପରେ ବିଫଳ ହୋଇଥିବା ରୋହିତ ଓ ଧୱନଙ୍କ ଓପନିଂ ଯୋଡ଼ିଙ୍କ ବ୍ୟାଟ୍ ପୁଣି ଚୁପ୍ ରହିଛି। ଧୱନ୍ ଆଜି ମାତ୍ର ୧ ରନ୍ କରି ମୁସ୍ତାଫିଜୁର ରେହମାନଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିବା ବେଳେ ରୋହିତ (୧୯)ଙ୍କୁ ରୁବେଲ୍ ହୁସେନ୍ କ୍ଲିନ୍ ବୋଲ୍ଡ କରିଛନ୍ତି।

ଅଧିନାୟକ ବିରାଟ କୋହଲି ଭଲ ବ୍ୟାଟିଂ କରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି। ବିରାଟ ୪୬ ବଲରେ ୫ ଚୌକା ସହ ୪୭ ରନ୍ କରି ଆଉଟ୍ ହୋଇଛନ୍ତି। ତାଙ୍କ ସ୍ଥାନରେ ଆସିଥିବା ବିଜୟ ଶଙ୍କର ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ରାହୁଲ୍ ୫୨ ଓ ମହେନ୍ଦ୍ର ସିଂହ ଧୋନି ୮ ରନରେ ବ୍ୟାଟିଂ କରୁଥିଲେ।



from Odisha Reporter http://bit.ly/2VS89rm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages